ପୋଲିସ ଏସ୍ଆଇଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
15/12/2022 at 10:25 AM

ଭୁବନେଶ୍ୱର ୧୫।୧୨ : ପୋଲିସ ଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍। ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏକାକାଳୀନ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଚଢାଉ ଜାରି ରହିଛି। ଅଭିମନ୍ୟୁ ଚୌଧୁରୀଙ୍କ ଅଫିସ ସମେତ ଭୁବନେଶ୍ଵର ଓ ନୟାଗଡର ୩ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଏଥିରେ ତମାଣ୍ଡୋ ଥାନା ସ୍ଥିତ ଅଫିସ ରୁମ, ଭୁବନେଶ୍ଵର ପାଇକନଗରସ୍ଥିତ ୪ ମହଲା ବିଲ୍ଡିଂ, ନୟାଗଡ ରଣପୁରରେ ଥିବା ଗୋଟିଏ ବିଲ୍ଡିଂରେ ରେଡ୍ କରିଛି ଭିଜିଲାନ୍ସ। ଭୁବନେଶ୍ଵର ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ନିର୍ଦ୍ଦେଶରେ ଚଢାଉ ଚାଲିଛି। ଏହି ଚଢାଉରେ ୩ ଜଣ ଏସ୍ପି, ୧୧ ଜଣ ଇନସ୍ପେକ୍ଟର, ୬ ଜଣ ଏଏସଆଇ ସାମିଲ ଅଛନ୍ତି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023