ଭାରତର ‘ବ୍ରହ୍ମୋସ’ ଦ୍ୱାରା ଚୀନ୍କୁ ଘେରିବ ଭିଏତନାମ, କିଣିବାକୁ କରୁଛି ପ୍ରସ୍ତୁତି
10/06/2023 at 4:55 PM

ନୂଆଦିଲ୍ଲୀ ୧୦।୬: ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଏବେ ସାରା ଦୁନିଆ ମାନୁଛି। ଭାରତର ଶତ୍ରୁ ଦେଶମାନେ ମଧ୍ୟ ଏହି କ୍ଷେପଣାସ୍ତ୍ରକୁ ଭୟ କରୁଛନ୍ତି। ଏହି କ୍ଷେପଣାସ୍ତ୍ରର ସାମର୍ଥ୍ୟକୁ ଦକ୍ଷିଣ-ପୂର୍ବ ଏସିୟ ଦେଶମାନେ ମଧ୍ୟ ବୁଝିଲେଣି। ଚୀନ୍ ଡରୁଥିବା ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଫିଲପାଇନ୍ସ ଓ ଇଣ୍ଡୋନେସିଆ ପରେ ଏବେ ଭିଏତନାମ ମଧ୍ୟ କିଣିବାକୁ ବିଚାର କରୁଛି। ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଦାଦାଗିରିର ଜବାବ ଦେବାକୁ ଭିଏତନାମ ଏବେ ଭାରତୀୟ ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣି ଚୀନ୍କୁ ଘେରିବାକୁ ଯୋଜନା କରୁଛି।
ଗ୍ରାହକଙ୍କୁ ଆଶ୍ୱସ୍ତି, ୨୫୦୦ ଟଙ୍କା ଶସ୍ତା ହୋଇଗଲା ସୁନା
ଏଣୁ ଭାରତ ପକ୍ଷରୁ ଭିଏତନାମକୁ ଆଡଭାନ୍ସଡ୍ ବ୍ରହ୍ମୋସ ମିସାଇଲ ବିକ୍ରି ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରିପୋର୍ଟ ଅନୁସାରେ ଏହି ଡିଲ ପରେ ଭିଏତନାମ ସହ ଭାରତର ପ୍ରତିରକ୍ଷା ସମ୍ପର୍କ ଆହୁରି ମଜଭୁତ ହୋଇପାରେ। ଏଥିଲାଗି ଭିଏତନାମ ପ୍ରତିରକ୍ଷା ମନ୍ତ୍ରୀ ଜୁନ ୧୯ ତାରିଖ ଦିନ ଭାରତ ଗସ୍ତରେ ଆସୁଛନ୍ତି। ପ୍ରତିରକ୍ଷାମନ୍ତ୍ରୀଙ୍କ ଏହି ଗସ୍ତକାଳରେ ମିସାଇଲ ଡିଲକୁ ଚୂଡ଼ାନ୍ତ ରୂପ ଦିଆଯାଇପାରେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭିଏତନାମ ପକ୍ଷରୁ ଭାରତକୁ ବ୍ରହ୍ମୋସର ୩ରୁ ୫ଟି ୟୁନିଟ୍ କ୍ରୟ ଲାଗି ଅର୍ଡର ମିଳିପାରେ।

ଗତବର୍ଷ ଭାରତ ୩୭୫ ମିଲିୟନ ଡଲାରରେ ଫିଲପାଇନ୍ସକୁ ଏହି ମିସାଇଲ ବିକ୍ରି କରିଥିଲା। ଏହି ମିସାଇଲରୁ ୩ଟି ୟୁନିଟ୍ ଫିଲପାଇନ୍ସକୁ ମିଳିଛି। ଭିଏତନାମ ବ୍ୟତୀତ ଏବେ ଇଣ୍ଡୋନେସିଆ ମଧ୍ୟ ଏହି କ୍ଷେପଣାସ୍ତ୍ର କିଣିବା ଲାଗି ଆଗ୍ରହ ପ୍ରକାଶ କରିଛି। ବ୍ରହ୍ମୋସ ମିସାଇଲ ଏହାର ସୁପରସୋନିକ୍ ସ୍ପିଡ୍ ଓ ସଠିକ ଟାର୍ଗେଟ୍ ଲାଗି ପରିଚିତ। ଏହା ୨୯୦ରୁ ୩୫୦ କିଲୋମିଟର ମଧ୍ୟରେ ଲକ୍ଷକୁ ସନ୍ଧାନ କରିପାରେ। ଏହା ବିଶ୍ୱର ସବୁଠୁ ଆଡଭାନ୍ସ ଆଣ୍ଟିସିପ୍ ଓ ଲ୍ୟାଣ୍ଡ ଆଟାକ୍ ମିସାଇଲ ମଧ୍ୟରେ ଅନ୍ୟତମ।
କମିବ ପେଟ୍ରୋଲ-ଡିଜେଲ୍ ଦାମ୍ ? ସଙ୍କେତ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ
ଏହା ଏକ ସର୍ଟ ରେଞ୍ଜର ରାମଜ୍ୟାଟ୍ ସୁପରସୋନିକ କ୍ରୁଜ ମିସାଇଲ। ଯାହାକୁ ଯୁଦ୍ଧବିମାନ, ଜାହାଜ ଓ ଭୂ-ପୃଷ୍ଠ ସମେତ ବୁଡା ଜାହାଜରୁ ମଧ୍ୟ ଲଞ୍ଚ କରାଯାଇପାରେ। ବ୍ରହ୍ମୋସର ବେଗ ଘଣ୍ଟା ପ୍ରତି ୩ ହଜାର କିଲୋମିଟରରୁ ବି ଅଧିକ। ୩୦୦ ନିୟୁତ ଡଲାର ବ୍ୟୟରେ ନିର୍ମିତ ଏହି ମିସାଇଲକୁ କିଣିବା ପାଇଁ ମାଲେସିୟା ମଧ୍ୟ ଆଗ୍ରହ ପ୍ରକାଶ କରିଛି।