ପ୍ରବାସୀଙ୍କ ପାଇଁ କେଉଁ ଦେଶ ସବୁଠାରୁ ଶସ୍ତା ଓ ସୁଲଭ? ଟପ୍‌ ୧୦ରେ ରହିଛି ଭାରତ

Published By : Prameya-News7 Bureau | July 09, 2024 IST

business-standard

ନୂଆଦିଲ୍ଲୀ: ପ୍ରବାସୀଙ୍କ ପାଇଁ କେଉଁ ଦେଶ ସବୁଠାରୁ ସୁଲଭ(ଏଫର୍ଡେବଲ) ଓ କେଉଁ ଦେଶ ସବୁଠାରୁ ଖରାପ ସେ ନେଇ ଇଣ୍ଟରନେସନ ପକ୍ଷରୁ ୨୦୨୪ ରିପୋର୍ଟ ପ୍ରକାଶ ପାଇଛି। ଏଥର ବି ଭିଏଥନାମ ସବୁଠାରୁ ସୁଲଭ ଦେଶ ତାଲିକାରେ ନମ୍ବର ୱାନ୍‌ରେ ରହିଛି। ଗତ ୪ ବର୍ଷ ହେଲା ଲଗାତର ଦକ୍ଷିଣପୂର୍ବ ଦେଶ ଭିଏତନାମ ଏଫର୍ଡେବଲ କଣ୍ଟ୍ରି ତାଲିକାରେ ନମ୍ବର ୱାନ୍ ରହିଆସୁଛି। ଏହି ତାଲିକାରେ ଏସିଆ ଓ ଦକ୍ଷିଣ ଆମେରିକାର କିଛି ଦେଶ ଶୀର୍ଷ ୧୦ ଦେଶ ମଧ୍ୟରେ ରହିଛନ୍ତି। ତେବେ ଭାରତ କେଉଁ ସ୍ଥାନରେ ଅଛି ଜାଣନ୍ତୁ।

ସବୁଠାରୁ ଶସ୍ତା ଓ ସୁଲଭ ଦେଶ ତାଲିକାରେ ଭିଏତ୍‌ନାମ ପଛକୁ କୋଲୋମ୍ବିଆ, ଇଣ୍ଡୋନେସିଆ,ପାନାମା ଏବଂ ଫିଲିପିନ୍ସ ରହିଛି। ଟପ୍‌ ୧୦ ଦେଶ ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ଭାରତ ପଛକୁ ମେସ୍କିକୋ, ଥାଇଲାଣ୍ଡ, ବ୍ରାଜିଲ୍ ଓ ଚୀନ ରହିଛନ୍ତି।  

ଏହି ଗବେଷଣାରେ ସାଧାରଣ ଚଳଣିରେ ହେଉଥିବା ଖର୍ଚ୍ଚ, ନିଜର ଆର୍ଥିକ ସ୍ଥିତି ନେଇ ପ୍ରବାସୀଙ୍କ ସନ୍ତୋଷ, ଆୟ କରୁଥିବା ବ୍ୟକ୍ତିଙ୍କ ରୋଜଗାରେ ଆରାମରେ ଘର ଚଳୁଛି  କି ନା ଏସବୁ ଦିଗକୁ ନେଇ ସର୍ଭେ କରାଯାଇଥିଲା। ୫୩ଟି ଦେଶକୁ ନେଇ ଏହି ଗବେଷଣା କରାଯାଇଥିଲା। ୫୩ ଦେଶରୁ ପାଖାପାଖି ୫୦ ଜଣ ଲେଖାଏ ଭାଗ ନେଇଥିଲେ।  

ସବୁଠାରୁ ସୁଲଭ ଦେଶ ତାଲିକାରେ ଟପ୍‌ ୧୦ରେ ଥିବା ଦେଶଗୁଡ଼ିକ ହେଲା- ଭିଏତନାମ, କୋଲୋମ୍ବିଆ, ଇଣ୍ଡୋନେସିଆ,ପାନାମା, ଫିଲିପିନ୍ସ,ଇଣ୍ଡିଆ, ମେକ୍ସିକୋ, ଥାଇଲାଣ୍ଡ, ବ୍ରାଜିଲ ଓ ଚୀନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.