Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତରେ ବିମାନ ସେବା ଆରମ୍ଭ କରିବ ଭିଏଟ୍ ଜେଟ୍

15/06/2019 at 9:29 PM

ଭିଏତନାମର ଲୋ କଷ୍ଟ ଏୟାରଲାଇନ୍ସ ଭିଏଟ୍ ଜେଟ୍  ଖୁବ୍ ଶୀଘ୍ର ଭାରତରେ ସେବା ଯୋଗାଇ ଦେବାକୁ ଯୋଜନା କରୁଛି। ବିକନି ଏୟାରଲାଇନ୍ସ ନାମରେ ସାରା ବିଶ୍ୱରେ ପରିଚିତ ଏହି ବିମାନ କମ୍ପାନୀ ଚଳିତବର୍ଷ ଜୁଲାଇ ଅଥବା ଅଗଷ୍ଟମାସରେ ଦିଲ୍ଲୀ ଓ ହୋଚିମିନି ସିଟି ମଧ୍ୟରେ ପ୍ରଥମେ ବିମାନ ସେବା ଆରମ୍ଭ କରିବାକୁ ଯୋଜନା ରଖିଛି। ତେବେ ଏହି ବିମାନରେ ଯାତ୍ରା କରିବାରେ ଯାତ୍ରୀଙ୍କୁ ବେଶ ଆନନ୍ଦ ମିଳବ ବୋଲି ଆଶା କରାଯାଉଛି।

ବିମାନର ସମସ୍ତ ଚାଳକଦଳ ସଦସ୍ୟ ଓ କ୍ୟାବିନ କ୍ରିଉଙ୍କ ପୋଷାକ ବିକନୀ ଅଥବା ସ୍ୱୀମ ସୁଟ୍। ଏଣୁ ସୁନ୍ଦରୀ ମହିଳାଙ୍କ ପ୍ରତି ଆଗ୍ରହୀ ଯାତ୍ରୀଙ୍କ ପାଇଁ ବିମାନ ଯାତ୍ରା ବେଶ୍ ସୁଖଦ ହୋଇପାରେ। ଭିଏତ୍ ନାମୀ ଧନିକ ମହିଳା ଏନ.ଥନାହା ୨୦୦୭ ମସିହାରେ ଏହି ବିମାନ କମ୍ପାନୀର ଶୁଭାରମ୍ଭ କରିଥିଲେ। ତେବେ ୨୦୧୧ ମସିହାରେ ବଦଳିଯ।ଇଥିଲା କମ୍ପାନୀର ପରିସ୍ଥିତି। ବିମାନର କ୍ୟାବିନ କ୍ରିୟୁମାନେ ଯେତେବେଳେ ବିମାନରେ ବିକନୀ ପିନ୍ଧି ଯାତ୍ରୀ ସେବା ଦେଲେ ଅଚାନକ ବିଶ୍ୱରେ ଏହାର ପ୍ରସିଦ୍ଧି ବଢିଯାଇଥିଲା। ଲୋ-କଷ୍ଟ ଏୟାରଲାଇନରୁ ଏହା ରାତାରାତ ବିକନି ଏୟାରଲାଇନ୍ସ ନାମରେ ସାରା ଦୁନିଆରେ ପରିଚିତ ହୋଇଥିଲା।

ତେବେ ଭିଏଟ୍ ଜେଟ୍ ର ସବୁ ବିମାନରେ ଏହି ସେବା ଉପଲବ୍ଧ ନୁହେଁ । କେତେକ ସ୍ୱତନ୍ତ୍ର ବିମାନ ପାଇଁ କେବଳ କମ୍ପାନୀ ଏହି ସେବା ଯୋଗାଇ ଦେଉଛି। ଗତବର୍ଷ ଭିଏଟ୍ ଜେଟ୍ ରେ ଚୀନକୁ ଖେଳିବାକୁ ଯାଇଥିବା ଅଣ୍ଡର-୨୩ ମେନ୍ସ ସକୋର ଟିମ୍ ବିମାନରେ କ୍ୟାବିନ କ୍ରିଉଙ୍କ ବିକନୀ ଦେଖି ଏତେମାତ୍ରାରେ ବିହ୍ୱଳିତ ହୋଇପଡିଥିଲେ ଯେ ଉଜବେକିସ୍ତାନ ଟିମ୍ ଠାରୁ ସୋଚନୀୟ ପରାସ୍ତ ହୋଇ ଦେଶକୁ ଫେରିଥିଲେ। ତେବେ ଭିଏଟ୍ ଜେଟ୍ କୁ ଏଥିପାଇଁ ପରେ ଖେଳାଳିମାନେ ଦାୟି କରିବାରୁ ଦେଶରେ ବିମାନର କଡା ସମାଲୋଚନା ହୋଇଥିଲା। ଏଣୁ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିନିମନ୍ତେ ସୋସାଲ ମିଡିଆରେ ଦେଶବାସୀଙ୍କ ନିକଟରେ କ୍ଷମାଯାଚନା କରିଥିଲେ। ତେବେ ଭାରତରେ କ୍ଷତିରେ ଚାଲିବା ଯୋଗୁ ବିମାନ କମ୍ପାନୀ ବନ୍ଦ ହେଉଥିବା ବେଳେ ନୂଆ ବିମାନ କମ୍ପାନୀ ସେବା ଯୋଗାଇ ଦେବାକୁ ଆଗ୍ରହୀ ହେବା ଉଭୟ ଭାରତ ଓ ଭିଏତନାମ ପର୍ଯ୍ୟଟନ ପାଇଁ ଶୁଭ ସୂଚନା ମନେ କରାଯାଉଛି।     

   Related Posts