ଜୀବନକୁ ବିପଦରେ ପକାଇ ବିଲ୍ଡିଂରେ କାମ କରୁଥିବା ଫ୍ୟାନ୍ସଙ୍କୁ ଭେଟିଲେ ବିଦ୍ୟୁତ୍, ଭିଡିଓ ଭାଇରାଲ୍
1/07/2022 at 3:02 PM

ମୁମ୍ବାଇ ୦୧।୦୭: ବିଦ୍ୟୁତ ଜାମୱାଲ ବଲିଉଡର ସବୁଠୁ ବଡ ଆକ୍ସନ୍ ହିରୋ । ସମସ୍ତେ ତାଙ୍କର ପ୍ରଶଂସକ ଅଟନ୍ତି । ଗତ କିଛି ଦିନ ମଧ୍ୟରେ ବିଦ୍ୟୁତଙ୍କ ପ୍ରଶଂସକ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସେ ତାଙ୍କ ପ୍ରଶଂସକମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କ ପାଇଁ କିଛି ବି କରଥାନ୍ତି । ବର୍ତ୍ତମାନ ଏକ ଫଟୋ ସାମ୍ନାକୁ ଆସିଛି । ଯାହାକୁ କେହି କଳ୍ପନା ମଧ୍ୟ କରିପାରନ୍ତି ନାହିଁ । ଯିଏ ଆଜି ଯାଏଁ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏମିତି କିଛି କରି ନାହାନ୍ତି। ଏହାର ଏକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଆପଣ ଦେଖିବେ ଯେ ବିଦ୍ୟୁତ ବିଲଡିଂର ଉପରେ ଥାଇ ଶ୍ରମିକମାନଙ୍କ ସହ କଥା ହେଉଛନ୍ତି । କାମ କରୁଥିବା ତାଙ୍କର ବହୁତ ବଡ ପ୍ରଶଂସକ ବୋଲି କହିଥିଲେ । ଏହି ସମୟରେ ଅଭିନେତା ପଚାରିଛନ୍ତି କି ମୋ ଫିଲ୍ମରେ ଆପଣ କ’ଣ ଦେଖିଛନ୍ତି ..ପ୍ରଶଂସକ କୁହନ୍ତି, ହଁ ସବୁ ଦେଖିଛୁ ‘ତୁମେ ସବୁକିଛି ଷ୍ଟଣ୍ଟ କର’ ତା’ପରେ ବିଦ୍ୟୁତ କହିଛନ୍ତି – ତୁମେ ତ ରିଅଲ୍ରେ ଷ୍ଟଣ୍ଟ କରୁଛ। ରିଅଲ୍ ହିରୋ… ତେବେ ଫଟୋ ଉଠାଇବା ପାଇଁ ପ୍ରସ୍ତୁତ ଅଛ।
ଏହା ପରେ ବିଦ୍ୟୁତ୍ ସେହି ଲୁହା ରଡ ଉପରେ ଚଢି ତାଙ୍କ ପାଖକୁ ଯାଆନ୍ତି । ଭିଡିଓ ଶୁଟ୍ କରୁଥିବା ବ୍ୟକ୍ତି ଅଭିନେତାଙ୍କୁ ଏହିପରି କରିବାକୁ ମନା କରନ୍ତି କିନ୍ତୁ ବିଦ୍ୟୁତ କୁହନ୍ତି କି ଜଣେ ପ୍ରଶଂସକ ତାଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି। ତା’ପରେ ବିଦ୍ୟୁତ ଏସବୁ କରୁଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଅଭିନେତାଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଦ୍ୟୁତ୍ ମଧ୍ୟ ସେହି ବ୍ୟକ୍ତିଙ୍କ ହାତକୁ କିସ୍ କରନ୍ତି । ପରେ ସେଲ୍ଫି ଉଠାନ୍ତି।
ଅଭିନେତାଙ୍କ ଏହି ଭିଡିଓ ଦେଖିବା ପରେ ତାଙ୍କର ବହୁତ ପ୍ରଶଂସା କରାଯାଉଛି । ତାଙ୍କ ପରି ବଡ଼ ହୃଦୟ ଥିବା କୌଣସି ଅଭିନେତା ନାହାଁନ୍ତି ବୋଲି ପ୍ରଶଂସକମାନେ କମେଣ୍ଟ କରୁଛନ୍ତି। ଜଣେ କହୁଛନ୍ତି ବିଦ୍ୟୁତ ହେଉଛନ୍ତି ପ୍ରକୃତ ହିରୋ ।