ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ବିଧାୟକଙ୍କ ଗାଡିକୁ ବୋମା ମାଡ, ମୋଟର ସାଇକେଲର ଆସି ବୋମା ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ

10/10/2021 at 1:48 PM

କେନ୍ଦୁଝର ୧୦/୧୦: କେନ୍ଦୁଝର ଟାଉନ ଥାନା ମାଣ୍ଡୁଆ ଅରଡେଇ ନଦୀ ନିକଟରେ ବିଧାୟକ ମୋହନ ଚରଣ ମାଝିଙ୍କ ଗାଡିକୁ ବୋମାମଡ । ଦୁଇ ଜଣ ଦୁର୍ବୃତ୍ତ ଏକ ମୋଟର ସାଇକଲରେ ଆସି ବୋମାମାଡ କରି ଫେରାର୍ ହୋଇଯାଇଛନ୍ତି । ବିଧାୟକ ଏକ ମିଟିଂରୁ ଘରକୁ ଫେରୁଥିବା ବେଳେ ଜଣେ ପିଲା ହାତରେ ଦୁଇଟି ବମ ଧରି ଗାଡ଼ି ସମୁଖକୁ ହଠାତ ଆସି ଗାଡ଼ି ଉପରକୁ ଗୋଟିଏ ବୋମା ଫିଙ୍ଗିଥିଲା ।

ପରେ ଅଙ୍ଗରଖି ଓ ଡ୍ରାଇଭର ଗାଡି ରୁ ଓହ୍ଲାଇ ବାରୁ ପୁଣିଥରେ ଅନ୍ୟ ଏକ ବୋମା ବିଧାୟକଙ୍କ ଗାଡ଼ି ଉପରକୁ ଫୋପାଡ଼ି ଦୃଢ ଗତିରେ ନରଣପୁର ରେଲୱେ ଷ୍ଟେସନ ଆଡ଼େ ପଳାଇ ଯାଇଥିଲେ । ମୋହନଙ୍କ ଗାଡ଼ି ତାଙ୍କୁ ପିଛା କରିଥିଲେ ସୁଧା ଅଣଓସାରିଆ ରାସ୍ତାର ସୁଯୋଗ ନେଇ ସେମାନେ ଖସି ଯିବାରେ ସଫଳ ହୋଇଥିଲେ ।

ଏହାପରେ ବିଧାୟକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦି କରି ଦୁର୍ବୁତ କୁ ଧରିବାକୁ ଚେଷ୍ଟା ଜାରି ରଖିଛି ।

   Related Posts