ଜନ୍ମଦିନ ପାର୍ଟିରେ ମସ୍ତି ବେଳେ ଫୁଟିଲା ଗୁଳି, କ୍ୟାମେରା ପର୍ଶନ ମୃତ

Published By : Prameya-News7 Bureau | February 29, 2024 IST

ମୁମ୍ଵାଇ ୨୯।୦୨: ବିହାରର ଦରଭଙ୍ଗା ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଗୁଳି ବିନିମୟରେ ଜଣେ ଭିଡିଓଗ୍ରାଫରଙ୍କ ମୃତ୍ୟୁ ଘଟିଛି। ଜନ୍ମଦିନ ପାର୍ଟି ସମୟରେ ହର୍ଷ ଫାୟରିଂ ତଥା ଗୁଳି ବିନିମୟରେ ଭିଡିଓଗ୍ରାଫରଙ୍କ ଜୀବନ ଚାଲିଯାଇଥିଲା। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ବିଷୟରେ କୁହାଯାଉଛି ଯେ ରାକେଶ ସହନିଙ୍କ ଝିଅର ପାର୍ଟିରେ ଭିଡିଓଗ୍ରାଫି କରୁଥିବା କ୍ୟାମେରାମ୍ୟାନ ସୁଶୀଲ ସହନିଙ୍କୁ ଗୁଳି ବାଜି ଯାଇଥିଲା। ଏହା ପରେ ସେ ତଳେ ପଡ଼ିଯାଇଥିଲେ।

ଘଟଣା ପରେ ଜନ୍ମଦିନ ଭୋଜି ଆୟୋଜନ କରୁଥିବା ପରିବାର ଲୋକେ ତାଲା ପକାଇ ପରେ ଫେରାର ହୋଇଯାଇଥିଲେ । କୁହାଯାଉଛି ଯେ, ଡିଜେ ସହିତ ଜନ୍ମଦିନ ଭୋଜିରେ ବାର୍ ଲୋକମାନଙ୍କ ଦ୍ୱାରା ଡ୍ୟାନ୍ସର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଡିଏମଏଚକୁ ପଠାଇଛି। ବର୍ତ୍ତମାନ ମୃତକଙ୍କ ମା ତାଙ୍କ ପୁଅକୁ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି।

ଏହି ଘଟଣା ସମ୍ପର୍କରେ ପଞ୍ଚାୟତର ସରପଞ୍ଚ କହିଛନ୍ତି ଯେ ସମସ୍ତେ ମଦ ବ୍ୟବସାୟୀ। ଜନ୍ମଦିନ ପାଳନ କରିବାକୁ ଏକାଠି ହୋଇଥିଲେ । ବାର୍ ଝିଅମାନଙ୍କୁ ଡକାଯାଇଥିଲା । ନୃତ୍ୟ ଏବଂ ଗୀତ ମଧ୍ୟରେ ଗୁଳି ଚଳାଇଥିଲେ । ସେହି ସମୟରେ ସୁଶୀଲଙ୍କୁ ବାଜିଥିଲା ଏବଂ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାକୁ ନେଇ ପାରସ୍ପରିକ ବିବାଦ ବୋଲି କହୁଛି। ପରିବାର ସଦସ୍ୟଙ୍କ ସୂଚନା ଆଧାରରେ ପୋଲିସ ତଦନ୍ତ କରୁଛି।

wp:embed {"url":"https://www.prameyanews7.com/former-head-of-intel-india-dies-in-road-accident/","type":"wp-embed","providerNameSlug":"prameya-news-7"}
https://www.prameyanews7.com/former-head-of-intel-india-dies-in-road-accident/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.