ଗାଁ ଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ

Published By : Prameya-News7 Bureau | September 23, 2018 IST

କେନ୍ଦ୍ରାପଡା ୨୩|୯: ଗାଁ ଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଉଦୟଗିରି ଗାଁରେ । ଯୌତୁକ ପାଇଁ ଶାଶୁଘର ଲୋକେ ଏପରି କରିଥିବା ଜଣାପଡିଛି । ପାଟକୁରା ଥାନା ଜୋକିଆ ଗ୍ରାମର ଝିଅ ଅର୍ଚ୍ଚନା ଖୁଣ୍ଟିଆ ଉଦୟଗିରି ଗ୍ରାମର ଅମୁଲ୍ୟ ପରିଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । କିନ୍ତୁ ବିବାହର ଏକ ବର୍ଷ ପରେ ଅମୂଲ୍ୟ ଓ ତାଙ୍କ ପରିବାର ଲୋକ ଅର୍ଚ୍ଚନାଙ୍କୁ ଯୌତୁକ ନିର୍ଯାତନା ଦେବା ସହ ଘରୁ ତଡିଦେଇଥିଲେ । ଯାହା ଫଳରେ ଅର୍ଚ୍ଚନା ଏକ ବର୍ଷ ଧରି ନିଜ ବାପାଙ୍କ ଘରେ ରହିବା ସହ ପରିବାର ପକ୍ଷରୁ ସମାଧାନ ପାଇଁ ଉଦ୍ୟମ ଜାରିରହିଥିଲା । ପରେ ଅର୍ଚ୍ଚନା ଶାଶୁଘରକୁ ଯାଇଥିଲେ କିନ୍ତୁ ସେଠାରେ ଶାଶୁଘର ଲୋକେ ମାଡ ମାରି ଘରୁ ତଡି ଦେଇଥିଲେ, ଏ ନେଇ ଅର୍ଚ୍ଚନା ପାଟକୁରା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ନଶୁଣିବାରୁ ବାଧ୍ୟ ହୋଇ ଅର୍ଚ୍ଚନା ଶାଶୁଘର ଆଗରେ ଧାରଣାରେ ବସିଥିଲେ ଏହାକୁ ନେଇ ଶାଶୁଘର ଲୋକେ ଓ ଗାଁର କିଛି ଲୋକ ଅର୍ଚ୍ଚନାକୁ ମାଡମାରିବା ସହ ଗାଁରୁ ତଡିଦେଇଛନ୍ତି । ଏହି ଘଟଣାର ୧୦ଦିନ ବିତିଯାଇଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନାଙ୍କ ପରିବାରଲୋକେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.