oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ନିଶାରେ ନାଗ ସହ ଖେଳ, ମାତାଲିକୁ ହେଲା କାଳ

4/01/2020 at 7:12 PM

ଜୟପୁର ୦୪।୦୧: ଆ ବୈଲ ମୁଝେ ମାର୍ । ମାନେ ବିପଦକୁ ନିଜେ ଡାକି ଆଣିବା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଦୌସା ଜିଲ୍ଲାରେ । ଏଠାରେ ମହାଶୟ ଜଣକ ଖାଲି ବିପଦକୁ ଡାକି ନାହାନ୍ତି । ବରଂ ଖାଇଛନ୍ତି ସାପର ଚୋଟ । କହିବାକୁ ଗଲେ ଆ ବୈଲ ମୁଝେ ମାର ବଦଳରେ ଏଠାରେ ଦେଖିବାକୁ ମିଳିଛି ଆ ସାପ ମାର ଚୋଟ । କେମିତି ମଦ ନିଶାରେ ସାପ ସହ ଲାଗୁଛନ୍ତି , ଚାଲନ୍ତୁ ଦେଖିବା….

ଦେଖିଲେ ତ କେମିତି ସାପର ବାଟ ଓଗାଳୁଛନ୍ତି ଏହି ବ୍ୟକ୍ତି ଜଣକ । ଏ ମହାଶୟ ଜଣକ ହେଉଛନ୍ତି ରାଜସ୍ଥାନ ଦୌସା ଜିଲ୍ଲା ଗୁରାକାଟଲା ଗାଁର ପ୍ରକାଶ ମହାବର । କଥା ହେଉଛି ମହାଶୟ ମଦ ନିଶାରେ ଏହି କାମ କରିଛନ୍ତି । ସାପକୁ ଅଟକାଉଛନ୍ତି ଆଉ ଜାଣିଶୁଣି ଡାକୁଛନ୍ତି ବିପଦକୁ । ନିଶାରେ ଏମିତି ଅଛନ୍ତି ଯେ ଜାଣି ପାରୁ ନାହାନ୍ତି ନାଗର ଗୋଟିଏ ଚୋଟରେ ଚାଲିଯିବ ଜୀବନ । ସାପ ଫଣା ଟେକି ରହୁଛି । ହେଲେ ମହାଶୟଙ୍କ ଟିକେ ବି ଖାତିର ନାହିଁ କି ଟିକେ ଭୟ ବି ନାହିଁ । ଯେତେବେଳେ ବ୍ୟକ୍ତି ଜଣଙ୍କ ତାକୁ ଯିବାକୁ ଦେଉନାହାନ୍ତି ଏବଂ ବାରମ୍ବାର ହଇରାଣ କରୁଛନ୍ତି । ଶେଷରେ ନାଗ ତାଙ୍କୁ ଚୋଟ ମାରୁଛି । ଭିଡିଓ ସୁଟିଂ କରୁଥିବା ଲୋକେ ପାଟିକରି ତାକୁ ଛାଡିବାକୁ କହିଲେ ବି ବ୍ୟକ୍ତି ଜଣଙ୍କ ଶୁଣୁନାହାନ୍ତି । ମହାଶୟ ବୋଧହୁଏ ନିଜକୁ ମହାଦେବ ଭାବିଥିଲେ । ସେଥିପାଇଁ ପୁରା ନିର୍ଭୟ ହୋଇ ସାପଟି ସହ ଖେଳ ଖେଳୁଥିଲେ । ମଦ ପିଇ ନାଗ ସାପର ବାଟ ଅଟକାଇବା ତାଙ୍କୁ ବେଶ ମହଙ୍ଗା ପଡିଛି । ନାଗ ଚୋଟରେ ଘାଇଲା ହୋଇ ଏବେ ମହାଶୟ ହସ୍ପିଟାଲରେ । ସାପଟି ଥରେ ନୁହେଁ ବାରମ୍ବାର ଦଂଶିଛି ପ୍ରକାଶ ମହାବରଙ୍କୁ । ତଥାପି ନିଶା ଛାଡି ନଥିଲା । ସାପ କାମୁଡାରେ ଅବସ୍ଥା ସଂକଟାପନ୍ନ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ଜୀବନ ମରଣ ସହ ଲଢୁଛନ୍ତି ପ୍ରକାଶ । ମଦ ନିଶାରେ ଲୋକେ ବିଭିନ୍ନ ହରକତ କରୁଥିବାର ଆପଣ ଦେଖିଥିବେ। ହେଲେ ଏଠାରେ ନିଶାରେ ସାପ ସହ ଖେଳି ଚୋଟ ଖାଇଛନ୍ତି ପ୍ରକାଶ ବାବୁ।

   Related Posts