ଯୁବକ ଓ ଯୁବତୀଙ୍କୁ ଗଛରେ ବାନ୍ଧି ମାଡ ମାରିବାର ଭିଡିଓ ଭାଇରାଲ
16/10/2018 at 9:26 AM

କେନ୍ଦୁଝର ୧୬|୧୦: ଯୁବକ ଓ ଯୁବତୀଙ୍କୁ ଗଛରେ ବାନ୍ଧି ମାଡ ମାରିବାକୁ ଉଦ୍ୟମର ଭିଡିଓ ଭାଇରାଲ ହୋଇଛି । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ମେଲାଣ ନିକଟରେ ଉତ୍ତୋଳନ ହୋଇଛି ଏହି ଭିଡିଓ । ଯାହାକୁ କିଛି ଯୁବକ ଭାଇରାଲ କରିଛନ୍ତି ।
ସୂଚନା ଅନୁସାରେ ଗତ ୧୨ ତାରିଖରେ କେନ୍ଦୁଝର ଜିଲ୍ଲା ଘସିପୁର ଥାନା ସାଇଁପୁର କଲେଜର ଜଣେ ଛାତ୍ରୀ ପୁରୁଷ ବନ୍ଧୁ ସହ ଘଟଗାଁ ତାରିଣୀ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ମନ୍ଦିରରୁ ଫେରୁଥିବାବେଳେ କିଛି ଯୁବକ ମେଲାଣ ନିକଟରେ ବାଇକ୍ ଅଟକାଇ ତାଙ୍କୁ ଅସଦାଚରଣ କରିବା ସହ ଗଛରେ ବାନ୍ଧି ମାଡ ମାରିବାକୁ ଉଦ୍ୟମ କରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ବର୍ତ୍ତମାନ ଯାଏଁ ଏନେଇ ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ ।
Related Posts
ରାଜଧାନୀ ଉପକଣ୍ଠରେ ଫଶି ରହିଥିଲେ ୬, ଉଦ୍ଧାର କଲା ଅଗ୍ନିଶମ ବାହିନୀ
17 August 2022
ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା, ନାଳରେ ଭାସୁଛି ମୃତଦେହ
17 August 2022