ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରେ ପଥରମାଡ, ଭାଙ୍ଗିଲା ଅନେକ କାରର କାଚ, ହେଲେ…
21/08/2022 at 11:24 PM

ପାଟନା: ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରେ ଅତର୍କିତ ପଥର ଆକ୍ରମଣ। ପଥର ମାଡରେ ଅନେକ ଗାଡିର କାଚ ଭାଙ୍ଗିଲା। କିଛି ସମୟ ଧରି ମୁଖ୍ୟମନ୍ତ୍ରୀ ଗାଡି ଉପରେ ହମଲା କରି ଚାଲିଲେ ଆକ୍ରୋଶିତ କଲେ। ହେଲେ ସୌଭାଗ୍ୟବଶତଃ ଗାଡିରେ ନଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏହି ଘଟଣା ରାଜଧାନୀ ପାଟନାର ଗୌରୀଚକର ସୋହଗି ବାଙ୍କ ନିକଟରେ ଘଟିଛି।
ସୂଚନା ଅନୁଯାୟୀ, ପ୍ରାୟ ଗୋଟିଏ ସପ୍ତାହ ତଳେ ନିଖୋଜ ଯୁବକଙ୍କ ମୃତଦେହ ବେଉରରୁ ମିଳିଛି। ଏହାକୁ ନେଇ ଉତ୍ତେଜିତ ଗାଁ ଲୋକେ ଗୌରୀଚଚକର ସହୋଗି ବାଙ୍କ ନିକଟରେ ପାଟନା-ଗୟା ମୁଖ୍ୟ ମାର୍ଗରେ ଚକାଜାମ କରିଥିଲେ। ଠିକ୍ ଏହି ସମୟରେ ଉକ୍ତ ମାର୍ଗ ଦେଇ ନୀତିଶ କୁମାରଙ୍କ କାରକେଡ୍ ଗତି କରୁଥିଲା। ଏହାକୁ ଦେଖି ଗାଁ ଲୋକେ ଉଗ୍ର ହୋଇ ଉଠିଥିଲେ ଏବଂ ଗାଡି ଉପରକୁ ପଥରମାଡ କରିବା ଆରମ୍ଭ କରି ଦେଇଥିଲେ।
पटना में रविवार को मुख्यमंत्री नीतीश कुमार के काफिले पर हुए पथराव में कुछ गाड़ियों के शीशे टूट गये।#NitishKumar #Bihar #BiharNews @Live_Hindustan pic.twitter.com/bZsSNYV70z
— Hindustan UP-Bihar (@HindustanUPBH) August 21, 2022
ସୂଚନାଯୋଗ୍ୟ, ସୋମବାର ନୀତିଶ କୁମାରଙ୍କ ଗୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ମୁଖ୍ୟମନ୍ତ୍ରୀ ମରୁଡି ସ୍ଥିତିର ସମୀକ୍ଷା କରିବେ। ଏଥିସହ ସେଠାରେ ନିର୍ମାଣଧୀନ ରବର ଡ୍ୟାମର ସ୍ଥିତି ନୀରିକ୍ଷଣ କରିବେ। ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଗସ୍ତ କରିବେ, ମାତ୍ର ହେଲି ପ୍ୟାଡରୁ ଅନ୍ୟ ଜାଗାକୁ ପହଞ୍ଚିବା ପାଇଁ କାରକେଡକୁ ପାଟନାରୁ ଗନ୍ତବ୍ୟ ସ୍ଥଳକୁ ପଠାଯାଉଥିଲା।
ଏହି ସମୟରେ ନିଖୋଜ ଲୋକଙ୍କ ମୃତଦେହ ମିଳିବା ପରେ ଉତ୍ତ୍ୟକ୍ତ ଲୋକେ ପାଟନା-ଗୟା ମୁଖ୍ୟ ରାସ୍ତାରେ ଶବ ରଖି ସଡକ ଜାମ କରିଥିଲେ। ସେହି ସମୟରେ ହିଁ କାରକେଡର ଗାଡି ଉକ୍ତ ମାର୍ଗ ଦେଇ ଯାତ୍ରା କରୁଥିବା ସମୟରେ ଉତ୍ତ୍ୟକ୍ତ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରେ ପଥରମାଡ କରିଥିଲେ। ଏଥିରେ ଅନେକ ଗାଡିର କାଚ ଭାଙ୍ଗି ଯାଇଛି।