ବିଦ୍ୟୁତ୍ ସଂକଟ ବେଳେ ମଇଁଷି ଧରି ଷ୍ଟାଇଲରେ ବୁଲୁଛନ୍ତି ମଧ୍ୟପ୍ରଦେଶ ଶକ୍ତି ମନ୍ତ୍ରୀ: ଭିଡିଓ ସେୟାର କରି କଂଗ୍ରେସର ଆକ୍ଷେପ, ସିନ୍ଧିଆଙ୍କ ଚେଲାଙ୍କୁ ଦେଖ

Published By : Prameya-News7 Bureau | October 16, 2021 IST

ମଧ୍ୟପ୍ରେଦଶ ୧୬/୧୦: ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର, ଯିଏକି ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି । ଏବେ ପୁଣିଥରେ ସେ ଖବର ଶିରୋନାମାରେ ରହିଛନ୍ତି । ସୋସିଆଲ ମିଡିଆରେ ମନ୍ତ୍ରୀଙ୍କ ଏକ ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ମଇଁଷି ଧରି ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି । ରବିବାର ରାତିର ଏହି ଭିଡିଓଟି କୁହାଯାଉଛି ।

wp:html /wp:html

ଆଉ ମନ୍ତ୍ରୀଙ୍କ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ମନ୍ତ୍ରୀଙ୍କୁ ଖୁବ ଟ୍ରୋଲ୍ କରିଛି । କଂଗ୍ରେସ କହିଛି ମନ୍ତ୍ରୀ ହେଉଛନ୍ତି ସିନ୍ଧିଆଙ୍କ ଚେଲା । ଦେଶରେ ବିଜୁଳି ସଂକଟ ଚାଲିଥିବାବେଳେ କେମିତି ଅଜ୍ଞ ଅଛନ୍ତି ମନ୍ତ୍ରୀ । ଭାଇରାଲ ଭିଡିଓରେ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର ଗ୍ୱାଲିୟର ବିଧାନସଭାରେ ମଇଁଷିର ଦଉଡି ଧରି ବୁଲୁଛନ୍ତି । ସୂଚନା ଥାଉକି, ମନ୍ତ୍ରୀ ଗୋଟିଏ ଛୋଟ ପିଲାର ସାହାଯ୍ୟ କରୁଥିଲେ ।

wp:html /wp:html

ପରେ ସେ ଜଞ୍ଜୀର ଧରି ମଇଁଷିକୁ ରୋକିବାକୁ ଚେଷ୍ଟା କରିଥିଲେ । କଂଗ୍ରେସ ଘଟଣା ଜାଣିବା ପରେ ଟ୍ୱିଟରରେ ଭିଡିଓଟିକୁ ସେୟାର କରି ଭାଇରାଲ କରିଦେଇଛି । ଏହାସହ କହିଛି ମନ୍ତ୍ରୀ ଅତି ବେପରୁଆ, ଦେଶର ଏୟାର ଲାଇନ୍ସ ବିକ୍ରି ହେବା ପରେ ଫୁରସତରେ ଅଛନ୍ତି ଉସ୍ତାଦ୍ । ଆହୁରି କୁହାଯାଇଛି ଚେଲା ବି ବିଜୁଳି ସଂକଟରୁ ଅଜ୍ଞ ଅଛନ୍ତି । ଲୋକକଥା ନେଇ ଖୁବ୍ ଝାଡିଛି କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.