ଡ୍ୟାନସିଂ ଷ୍ଟାର ମହମ୍ମଦ : ପାକିସ୍ତାନର ଏହି କୁନି କଳାକାରଙ୍କ ଡ୍ୟାନ୍ସ କେବଳ ଭାରତ ନୁହେଁ ସାରା ବିଶ୍ବରେ ହୋଇଛି ଭାଇରାଲ୍

Published By : Prameya-News7 Bureau | May 04, 2020 IST

ଇସଲାମାବାଦ ୪/୫: କରୋନା ଭାଇରସର ଏହି ମହା ସଙ୍କଟ ସମୟରେ ଗିଲଗିତ-ବେଲୁଚିସ୍ତାନର ଜଣେ ନିରୀହ ଶିଶୁର ଡ୍ୟାନ୍ସ ଲୋକଙ୍କୁ ବଞ୍ଚିବାର ଆଶା ଦେଖାଉଛି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଭୟ ଏବଂ ଦୁଃଖରେ ବଞ୍ଚୁଥିବା ଲୋକଙ୍କ ମନରେ ନୂଆ ଆଶା ସଞ୍ଚାର କରୁଛି। ଓ୍ବାଲର୍ଡ ଡ୍ୟାନ୍ସ ଡେ ରେ ସଂଯୁକ୍ତ ରାଷ୍ଟ୍ରର ସଂସ୍ଥା ୟୁନିସେଫ ଏହି ଭିଡିଓକୁ ସେୟାର କରି କହିଛି ଯେ ଏହି ଶିଶୁର ନାଁ ମହମ୍ମଦ। ଏହି ଶିଶୁ ପାକିସ୍ତାନ ଅଧିକୃତ ଭାରତୀୟ ଅଞ୍ଚଳ ଗିଲଗିତ ଏବଂ ବେଲୁଚିସ୍ତାନରେ ରହେ। ଏହି ଭିଡିଓ ହିମାଳୟର ମନୋରମ ଦୃଶ୍ୟ ମଧ୍ୟରେ ସୁଟିଂ କରାଯାଇଛି।

wp:core-embed/twitter {"url":"https://twitter.com/UNICEF/status/1255512907309293574","type":"rich","providerNameSlug":"twitter","className":""}
https://twitter.com/UNICEF/status/1255512907309293574
/wp:core-embed/twitter

ବରଫାବୃତ ଅଞ୍ଚଳ ମଧ୍ୟରେ ମହମ୍ମଦ ଗୋଟିଏ ଗୀତରେ ଡ୍ୟାନ୍ସ କରୁଛି। ଏହି ଭିଡିଓଟି ଏତେ ସୁନ୍ଦର ହୋଇଛି ଯେ ଏହାକୁ ଜୋରସୋରରେ ସୋସିଆଲ ମିଡିଆରେ ସେୟାର କରାଯାଉଛି। ୟୁନିସେଫର ଏହି ଭିଡିଓକୁ ଏବେ ସୁଦ୍ଧା ପାଖାପାଖି ସାଢ଼େ ଚାରି ଲକ୍ଷ ଥର ଦେଖାଯାଇଛି। କେବଳ ଏତିକି ନୁହେଁ ୨୯୦୦ଜଣ ଏହି ଭିଡିଓକୁ ଟ୍ବିଟରରେ ରିଟ୍ବିଟ୍ କରିଛନ୍ତି ଏବଂ ପାଖାପାଖି ୧୦ହଜାର ଲୋକେ ଏହାକୁ ଲାଇକ୍ କରିଛନ୍ତି

{"id":264653,"width":587,"height":440,"sizeSlug":"large"}

 ପାକିସ୍ତାନରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବୁଧବାର ୧୫ହଜାର ପାର କରିଯାଇଛି ଏବଂ ମୃତକଙ୍କ ସଂଖ୍ୟା ୩୪୩ରେ ପହଞ୍ଚିଛି। ଏଠାରେ ୪୮୦ଜଣ ସ୍ବାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.