ଘୋଡା ଆଖିରେ ଧାର ଧାର ଲୁହ: ଭିଡିଓ ଦେଖି ଭାବୁକ ହୋଇଗଲେ ଲୋକେ, କହିଲେ ତା' ଦୁଃଖ ଦେଖି ହେଉନି ତାକୁ ମୁକ୍ତ କରିଦିଅ

Published By : Prameya-News7 Bureau | January 05, 2022 IST

ନୂଆଦିଲ୍ଲୀ ୦୫/୦୧ : ଲୋକେ ଭୁଲି ଯାଆନ୍ତି ଯେ ମଣିଷ ଭଳି ପଶୁପକ୍ଷୀଙ୍କୁ ମଧ୍ୟ ଦୁଃଖ ଯନ୍ତ୍ରଣା ହୋଇଥାଏ। ସେ ନିଜ କଷ୍ଟ କହି ପାରନ୍ତି ନାହିଁ କିନ୍ତୁ ତାଙ୍କ କଷ୍ଟ ଆଖିରୁ ସ୍ପଷ୍ଟ ବାରି ହୋଇପଡେ। ପଶୁପକ୍ଷୀଙ୍କ ଆଖି କେବେ ମିଛ କହେନି। ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଘୋଡା ନିଜ କଷ୍ଟ ଆଖି ମାଧ୍ୟମରେ ଦର୍ଶାଇଛି।

ଭିଡିଓରେ ଘୋଡାକୁ କାନ୍ଦୁଥିବା ଦେଖି ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ମନ ତରଳି ଯାଇଛି। ଘୋଡା ଆଖିରୁ ଝର ଝର ଲୁହ ଝରି ଯାଉଛି। ଭିଡିଓ ସେୟାର କରିଥିବା ବ୍ୟକ୍ତିଙ୍କୁ ଲୋକେ ଘୋଡା କାନ୍ଦିବାର କାରଣ ପଚାରିଛନ୍ତି। ଘୋଡା ଆଖିରେ ଲୁହ ଦେଖି ଲୋକଙ୍କ ମନରେ ଦୟା ଭାବ ଆସିଛି।

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଘୋଡା ଲଗାତାର କାନ୍ଦୁଛି। ଭିଡିଓ କେଉଁ ଏକ ହସ୍ପିଟାଲର ଭଳି ଜଣାପଡୁଛି ଯେଉଁଠି ଘୋଡାକୁ ଚିକିତ୍ସା ପାଇଁ ନିଆଯାଇଛି। ଘୋଡା ଆଖିରୁ ଝରଣା ଭଳି ଲୁହ ଝରୁଛି। ତା ଲୁହରୁ ଅନ୍ଦାଜା କରିହେବ ଯେ ତାକୁ କେତେ କଷ୍ଟ ହେଉଛି। ତା ଆଖିରୁ ଝରୁଥିବା ବୁନ୍ଦେ ବୁନ୍ଦେ ଲୁହ ଲୋକଙ୍କ ହୃଦୟକୁ ବିଚଳିତ କରିଦେଇଛି।

wp:html
/wp:html

ଭାବୁକ କରିଥିବା ଏହି ଭିଡିଓ hepgul5 ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓକୁ ଏବେ ସୁଦ୍ଧା ୮୨ ହଜାରରୁ ଅଧିକ ୟୁଜର୍ସ ଦେଖି ସାରିଛନ୍ତି। ଭିଡିଓ ଦେଖି ୟୁଜର୍ସ ଭାବୁକ ହୋଇଯାଇଛନ୍ତି। ଭିଡିଓ ଦେଖି କିଛି ଲୋକଙ୍କ ଆଖିରେ ଲୁହ ଆସିଯାଇଛି। ଜଣେ ୟୁଜର ଲେଖିଛନ୍ତି, ଦୟାକରି ଘୋଡାକୁ ମୁକ୍ତ କରିଦିଅ, ତା ଦୁଃଖ ଦେଖି ହେଉନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.