ଦନ୍ତେୱାଡାରେ ନକ୍ସଲ ଆକ୍ରମଣ ଚାଲିଥିବାବେଳେ ଦୂରଦର୍ଶନର ସାମ୍ବାଦିକ ମୋବାଇଲେ ରକର୍ଡ କରିଥିଲେ ନିଜ ମନର କଥା: ଦେଖନ୍ତୁ ପୁରା ଭିଡିଓ
31/10/2018 at 4:16 PM

ଦନ୍ତେଓ୍ବାଡ଼ା ୩୧/୧୦:
‘‘ଆତଙ୍କବାଦୀ ଆକ୍ରମଣ ହୋଇଛି…
ଆମେ ଦାନ୍ତେଓ୍ବାଡ଼ା ଆସିଥିଲୁ ନିର୍ବାଚନ କଭରେଜ ପାଇଁ…
ଆର୍ମି ଆମ ସାଥିରେ ଥିଲେ…ହଠାତ୍ ଘେରି ଯାଇଛନ୍ତି ନକ୍ସଲ….
ମମି ଯଦି ମୁଁ ବଞ୍ଚିଲି ତେବେ …
ମମି ମୁଁ ତତେ ବହୁତ ଭଲ ପାଏ…
ହେଇ ପାରେ ଏହି ଆକ୍ରମଣରେ ମୁଁ ମରିଯାଇପାରେ…
ପରିସ୍ଥିତି ଠିକ୍ ନାହିଁ…
କାହିଁକି କେଜାଣି ମୃତ୍ୟୁକୁ ପାଖରେ ଦେଖି ମଧ୍ୟ ଡର ଲାଗୁନାହିଁ…
ବଞ୍ଚିବା ମୁସ୍କିଲ…
ନକ୍ସଲମାନଙ୍କ ଗୁଳି ଧମାଧମ ଫୁଟୁଥିଲା । ଆଉ ସେତେବେଳେକୁ ନକ୍ସଲଙ୍କ ଗୁଳିରେ ନିଜ ସହଯୋଗୀ କ୍ୟାମେରାମେନ ଅଚ୍ୟୁତାନନ୍ଦ ସାହୁଙ୍କ ମୃତ୍ୟୁ ହୋଇସାରିଥିଲା । ନିଜ ଉପରେ କେତେବେଳେ ବି ନକ୍ସଙ୍କ ଗୁଳି ବାଜିପାରେ । ଯେତେବେଳେ ମୃତ୍ୟୁ ଅତି ନିକଟରେ ଥିଲା ସେତେବେଳେ ନିଜ ମୋବାଇଲରେ ଏହି ସବୁ କଥା ରେକତର୍ଡ କରିଥିଲେ ଦୂରଦର୍ଶନର ଅନ୍ୟତମ ଭିଡିଓ ଜର୍ଣ୍ଣାଲିଷ୍ଟ ମୋର ମୁକୁଟ ଶର୍ମା ।
ଗତ ମଙ୍ଗଳବାର ଛତିଶଗଡ଼ର ଦାନ୍ତେଓ୍ବାଡ଼ାର ଆରନପୁରରେ ନକ୍ସଲ ଆକ୍ରମଣ ଚାଲିଥିବାବେଳେ ନକ୍ସଲମାନେ ଯବାନମାନଙ୍କୁ ଏବଂ ଦୂରଦର୍ଶନର କର୍ମଚାରୀମାନଙ୍କୁ ଘେରିଯାଇଥିଲେ। ନକ୍ସଲମାନଙ୍କ ଆକ୍ରମଣରେ ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ଓ ଦୁଇ ଜଣ ପୋଲିସକର୍ମୀ ଶହିଦ ହୋଇଥିଲେ। ଏହି ଆକ୍ରମଣ ଚାଲିଥିବାବେଳେ ଦୂରଦର୍ଶନର ଅନ୍ୟତମ ଭିଡିଓ ଜର୍ଣ୍ଣାଲିଷ୍ଟ ଏହି ଭିଡିଓ କରିଥିଲେ ଯାହା ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ସାମ୍ବାଦିକଙ୍କ ନାଁ ମୋର ମୁକୁଟ ଶର୍ମା। ଏହି ଭିଡିଓରେ ସେ ଅତ୍ୟନ୍ତ ସଙ୍କଟାପନ୍ନ ଭାବେ ତଳେ ପଡ଼ିଯାଇଛନ୍ତି। ମୃତ୍ୟୁକୁ ଅତି ନିକଟରୁ ଦେଖି ମଧ୍ୟ ସେ ତାଙ୍କ ଦମ୍ଭ ନ ହରାଇ ଏହି ଭିଡିଓ ମାଧ୍ୟମରେ ତାଙ୍କ ମନର କଥା ଜଣାଇଛନ୍ତି।
ଦୂରଦର୍ଶନର ଟିମ୍ ନିର୍ବାଚନ କଭରେଜ୍ ପାଇଁ ଦନ୍ତେଓ୍ବାଡ଼ା ଯାଇଥିଲେ। ଏହି କଭରେଜ୍ ପାଇଁ ଟିମ୍ ସହିତ ପୋଲିସମାନେ ମଧ୍ୟ ଥିଲେ।