ସାମ୍ନାକୁ ଆସିଲା ଦୁନିଆର ସବୁଠାରୁ ବଡ ପତ୍ର, ଗିନିଜ୍ ୱାର୍ଲ୍ଡ ରେକର୍ଡରେ ପାଇଲା ସ୍ଥାନ…
9/02/2023 at 11:37 AM

ନୂଆଦିଲ୍ଲୀ ୦୯।୦2 : ଆମ ସମସ୍ତଙ୍କ ଆଖପାଖରେ ଅନେକ ଗଛ ରହିଛି । ଯାହାର ପତ୍ର ଆମକୁ ଅକ୍ସିଜେନ ଦେଇଥାଏ । ଆମେ ସମସ୍ତେ ଏହା ଜାଣିଛେ ଗଛ ଅନୁଯାୟୀ ତାହାର ପତ୍ର ହୋଇଥାଏ । ଅନେକ ପତ୍ର ନିଜ ନିଜର ଆକାର ରୂପରେ ଭିନ୍ନ ହୋଇଥାଏ । ତେବେ ନିକଟ ଅତୀତରେ ଏକ ଏଭଳି ପତ୍ରର ଚିତ୍ର ସେୟାର ହୋଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଏହି ପତ୍ର ଦୁନିଆର ସବୁଠାରୁ ବଡ ପତ୍ରର ରେକର୍ଡ କରିଛି । ଏହି ପତ୍ର ଗିନିଜ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । ତେବେ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ଯେ ପ୍ରାୟ ୭ ଜଣ ଲୋକ ଏହି ପତ୍ରକୁ ନେଇ ଯାଉଛନ୍ତି । ଏହି ଫଟୋକୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଛି ।
ସୂଚନା ଅନୁଯାୟୀ ଏହି ପତ୍ରକୁ ଭିକ୍ଟୋରିଆ ବୋଲିଭିଆନା ଓ୍ବାଟରଲିଲି ପ୍ରଜାତିର ଅଟେ । ଯାହାର ପତ୍ରର ଆକାର ସବୁଠାରୁ ବଡ । ଯାହା ସାଧାରଣତଃ ୨.୮ମିଟର (୯ ଫୁଟ ୨) ଅଧିକ ବଢିଥାଏ । ସୂଚନା ଅନୁଯାୟୀ, ଏହି ପତ୍ରର ବ୍ୟାସ ୩.୨ ମିଟର (୧୦ ଫୁଟ ୬ ଇଞ୍ଚ) ଥିଲା, ଯାହା ୩.୩୭ ମିଟର (୧୧ ଫୁଟ)କୁ ବୃଦ୍ଧି ପାଇଛି । ଏହା ସହିତ ଏହାର ଆନୁମାନିକ ଭୂପୃଷ୍ଠ ୭.୫୫ ମିଟର (୮୧.୩ ବର୍ଗଫୁଟ) ଥିଲା । ଯାହା ପ୍ରାୟ ଦୁଇଟି କିଙ୍ଗ୍ ସାଇଜ୍ ବେଡ୍ ସହ ସମାନ । ସୂଚନା ଅନୁଯାୟୀ, ଉତ୍ତର-ପୂର୍ବ ବୋଲିଭିଆନାରେ ଏହା ମିଳିଥାଏ। ଏବେ ଏହି ଫଟୋ ସୋଶିଆଲ୍ ମିଡିଆରେ ଭାଇରାଲ୍