ଗୁପ୍ତରେ କଲେଜ ଛାତ୍ରୀଙ୍କ ନଗ୍ନ ଫଟୋ ଉତ୍ତୋଳନ କରି ବ୍ଲାକମେଲିଂ କରିବା ସହ ଶାରିରୀକ ସଂପର୍କ ରଖିଲା ଯୁବକ, ତଥାପି ଭାଇରାଲ କରିଦେଲା ଫଟୋ ଓ ଭିଡିଓ- ଥାନାରେ ପିଡୀତାଙ୍କ ସହ ପୂରା ପରିବାର ଧାରଣାରେ

Published By : Prameya-News7 Bureau | November 05, 2019 IST

କୋଣାର୍କ ୫/୧୧: ଗୋପ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ଗୋପର ଜଣେ ନାବାଳିକା ନିଜ ଗାଧୁଆ ଘରେ ଗାଧୋଇବା ସମୟରେ ସେହି ବସ୍ତିର ଜଣେ ଯୁବକ ନାବାଳିକାଙ୍କ ଅଶ୍ଳୀଳ ଫଟୋ ମୋବାଇଲ୍ ମାଧ୍ୟମରେ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲା। ତା’ପରେ କୌଣସି କାରଣରୁ ଯୁବକଟି ଏହି ଏହି ଫଟୋଗୁଡ଼ିକ ସୋଶିଆଲ ମିଡିଆରେ ଭାଇରାଲ କରି ଦେଇଥିଲା।

{"id":179535}

ଘଟଣା ସମ୍ପର୍କରେ ପରିବାର ଲୋକେ ଅବଗତ ହେବା ପରେ ପୀଡ଼ିତାକୁ ନେଇ ଥାନାରେ ହାଜର ହୋଇଥିଲେ। ଥାନାରେ ଏତଲା ଦେବାର ୩ଦିନ ହୋଇଯାଇଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଆଜି ପୀଡ଼ିତା ଏବଂ ତାଙ୍କ ପରିବାର ଲୋକେ ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଇଛନ୍ତି। ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ପିଡୀତା ଗଣମାଦ୍ୟମକୁ କହିଛନ୍ତି ।

{"id":179536}

ସୂଚନା ଅନୁଯାୟୀ ଗୋପ ବସ୍ତିରଏହି ନାବାଳିକା କଲେଜ ଛାତ୍ରୀ ନିଜ ଘରେ ଗାଧୋଉଥିବା ସମୟରେ ସେହି ବସ୍ତିର ମହମ୍ମଦ ସମିନ ତାଙ୍କ ଅଜାଣତରେ ମୋବାଇଲରେ ଅଶ୍ଳୀଳ ଫଟୋ ଉଠାଇଥିଲା। ଏହା ପରେ ନାବାଳିକାକୁ ଫୋନ୍ ମାଧ୍ୟମରେ ଫଟୋ ଭାଇରାଲ କରିବାର ଧମକ ଦେଇଥିଲା। ଦିନେ ନାବାଳିକା ଗୋପ କଲେଜ ଯାଉଥିବାବେଳେ ବାଟରେ ଅଟକାଇ ଫଟୋ ଦେଖାଇବା ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ଏହା ସହ ଅଭିଯୁକ୍ତ ନାବାଳିକାକୁ କୋଣାର୍କ ନେଇ ତାଙ୍କ ସହ ଶାରିରୀକ ସମ୍ପର୍କ ମଧ୍ୟ ସ୍ଥାପନ କରିଥିଲା।

{"id":179537}

ଗୋପ ଥାନା ପୋଲିସ କହିଛି ଯେ ଅଭିଯୁକ୍ତ ଯୁବକ ଏବେ ମାଲେସିଆ ପଳାଇଛି। ତାଙ୍କ ଘରେ କେବଳ ଜଣେ ବୟସ୍କା ମହିଳା ଅଛନ୍ତି। ତେଣୁ ଅଭିଯୁକ୍ତକୁ ଧରିବା ପାଇଁ ମାଲେସିଆ ଯିବାଲାଗି ଅନୁମତି ମଗାଯାଇଛି। ତେବେ ଘଟଣା ସତ୍ୟ ବୋଲି ସେ ପ୍ରକାଶ କରିଛନ୍ତି।  

{"id":179538}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.