scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବତକ ପାଇଁ ବିଷ ପିଆଇବା ଘଟଣାରେ ନୂଆ ମୋଡ଼ : ନାବାଳକଙ୍କ ମା କହିଲେ ଏହା ସମ୍ପୂର୍ଣ ଷଡଯନ୍ତ୍ର, ଚାଇଲ୍ଡ ଲାଇନ୍ ବିରୁଦ୍ଧରେ କଲେ ଦୁର୍ବ୍ୟବହାର ଅଭିଯୋଗ

13/12/2020 at 1:45 PM

ଭଦ୍ରକ ୧୩/୧୨ : ବତକ ପାଇଁ ନାବାଳକଙ୍କୁ ପୋଖରୀକୁ ଫିଙ୍ଗିଦେବା ଓ ବିଷ ପିଆଇବା ଘଟଣାରେ ନୂଆ ମୋଡ ଆସିଛି। ନାବାଳକ ଙ୍କ ମା କହିଥିଲେ ଯେ ଘଟଣା ସମ୍ପୂର୍ଣ ଅମୂଳକ ଓ ରାଜନୈତିକ ଷଡଯନ୍ତ୍ର ।

ସୂଚନା ଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ବନ୍ତ ଥାନା ବରପଦି ଗାଁର ରବୀନ୍ଦ୍ର ନାୟକଙ୍କ ଫାର୍ମ ହାଉସରେ କେଉଁଝର ଜିଲ୍ଲାର ୯ ବର୍ଷୀୟ ସୁଶାନ୍ତ ଜେନାଙ୍କୁ କାମ କରାଉଥିଲେ । ତେବେ ଫାର୍ମହାଉସର ଗୋଟିଏ ବତକ ହଜି ଯାଇଥିଲା । ବତକ ହଜିଯିବାକୁ ନେଇ ସୁଶାନ୍ତଙ୍କୁ ମାଲିକ ରବୀନ୍ଦ୍ର ମାଡ ମାରିଥିଲା ଓ ମଦ ପିଆଇ ପୋଖରୀକୁ ଫିଙ୍ଗି ଦେଇଥିଲା । ପରେ ସୁଶାନ୍ତର ଚେତା ନଆସିବାରୁ ତାକୁ ଘରକୁ ନେଇ ବିଷ ପିଆଇଦେଇଥିଲା । ପରେ ବନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏବେ ସେ କିଛି ଦିନ ତଳେ କଟକ ବଡ ମେଡିକାଲର ଆଇସିୟୁରେ ଚିକିତ୍ସିତ ହୋଇ ଫେରିଥିଲେ ।

ଏ ଘଟଣା ନେଇ ଚାଇଲ୍ଡ ଲାଇନକୁ କୌଣସି ବ୍ୟକ୍ତି କଲ କରି ସୂଚନା ଦେଇଥିଲେ । ତେବେ ଚାଇଲଡ଼ ଲାଇନ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲା  । ପରେ ବନ୍ତ ପୋଲିସ ଅଭିଯୁକ୍ତ ରବୀନ୍ଦ୍ର ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ନାବାଳକଙ୍କ ମା ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାଟି ସମ୍ପୂର୍ଣ ମିଥ୍ୟା ବୋଲି ଅଭିଯୋଗ କରିଛନ୍ତି । ସେ ଅଭିଯୁକ୍ତକୁ ସମ୍ପର୍କୀୟ ବୋଲି କହିବା ସହ ତାଙ୍କ ପୁଅକୁ କୌଣସି ପ୍ରକାର ନିର୍ଯାତନା ଦିଆଯାଇ ନାହିଁ ବୋଲି କହିଛନ୍ତି । ତେବେ ତାଙ୍କ ପୁଅକୁ ତାଙ୍କୁ ଭେଟିବା ପାଇଁ ଦେଉନଥିବା କହିଛନ୍ତି ଲକ୍ଷ୍ମୀପ୍ରିୟା । ଶିଶୁମଙ୍ଗଳ କମିଟି ଓ ଚାଇଲ୍ଡ ଲାଇନରେ ତାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ କରିଛନ୍ତି । 

   Related Posts