ତୃପ୍ତି ଡିମରୀ ଏବଂ ଏମି ବିର୍କଙ୍କ ସହ ନଜର ଆସିବେ ଭିକି, ଜାଣନ୍ତୁ କେବେ ହେବ ରିଲିଜ୍‌

Published By : Prameya-News7 Bureau | December 16, 2022 IST

ମୁମ୍ଵାଇ ୧୬।୧୨: ନିକଟରେ ଭିକି, କିଆରା, ଭୂମିଙ୍କ ଫିଲ୍ମ ଗୋବିନ୍ଦା ନାମ ମେରା ରିଲିଜ୍‌ ହୋଇଛି। ଅନ୍ୟପକ୍ଷରେ ଭିକିଙ୍କ ଫ୍ୟାନ୍ସଙ୍କ ପାଇଁ ପୁଣି ଆଉ ଏକ ଖୁସି ଖବର ଆସିଛି। ତାଙ୍କର ନୂଆ ଫିଲ୍ମ ମଧ୍ୟ ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରରେ ଭିକି, ତୃପ୍ତି ଡିମରୀ ଏବଂ ଆମି ବିର୍କ ସହ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଆନନ୍ଦ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ। ମନେରଖନ୍ତୁ ଯେ ପୂର୍ବରୁ ଆନନ୍ଦ ତିୱାରୀ ମାଧୁରୀ ଦୀକ୍ଷିତଙ୍କ ୱେବ୍ ସିରିଜ୍ ମଜା ମା ନିର୍ଦ୍ଦେଶନା ଦେଇଥିଲେ ।

wp:html /wp:html

ଧର୍ମ ପ୍ରଡକ୍ସନ୍ସ ଏବଂ ଲିଓ ମିଡିଆ କଲେକ୍ଟିଭ୍ ସହିତ ମିଳିତ ଭାବରେ ନୂଆ ଥିଏଟର ରିଲିଜ୍‌ ପ୍ରସ୍ତୁତ କରିବ ବୋଲି ଆମାଜନ ପ୍ରାଇମ ଭିଡିଓ ଘୋଷଣା କରିଛି। କହିବାକୁ ଗଲେ ଏହି ଚଳଚ୍ଚିତ୍ରର ନାମ ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇନାହିଁ। ହେଲେ ଏହାର ରିଲିଜ୍ ତାରିଖ ସାମ୍ନାକୁ ଆସିଛି। ୨୮ ଜୁଲାଇ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏବଂ ପରେ ପ୍ରାଇମ ଭିଡିଓକୁ ଆସିବ। ଏହା ହେଉଛି ଦ୍ୱିତୀୟ ଫିଲ୍ମ, ଯାହା ପ୍ରାଇମ ଭିଡିଓ ଏବଂ ଧର୍ମ ପ୍ରଡକ୍ସନ୍ସ ଦ୍ୱାରା ମିଳିତ ଭାବରେ ନିର୍ମିତ। ପୂର୍ବରୁ ଏହି ଟିମ୍‌ ଶେରଶାହା ଏବଂ ଗେହରାଇୟାଁରୁ ଦର୍ଶକଙ୍କ ହୃଦୟ ଜିତିଛି।

ଏହି ଚଳଚ୍ଚିତ୍ର ବିଷୟରେ ଧର୍ମ ପ୍ରଡକ୍ସନ୍ସର କରଣ ଜୋହର କହିଛନ୍ତି, 'ଆନନ୍ଦ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର ଅନେକ କ୍ଷେତ୍ରରେ ବିଶେଷ ଅଟେ । ଏହା ଏକ ମାଷ୍ଟର ଚଳଚ୍ଚିତ୍ର ନିର୍ମାତାଙ୍କ ଦକ୍ଷତା ସହିତ ସୁସଜ୍ଜିତ ହୋଇଛି। ଯେଉଁଥିରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଅଭିନେତା – ଭିକି କୌଶଲ ଅଛନ୍ତି। ଉଲ୍ଲେଖନୀୟ କଥା ହେଉଛି, କରଣ ଜୋହର ତାଙ୍କର ଆଗାମୀ ଚଳଚ୍ଚିତ୍ର ରକି ଔର ରାନୀକି ପ୍ରେମ୍‌ କାହାନୀ ପାଇଁ ଚର୍ଚ୍ଚାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.