Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

IIFA 2022: ବିବାହ ପରେ କ୍ୟାଟ୍ରିନାଙ୍କ ସହ କିପରି କଟୁଛି ଦିନ? ଭିକି କଲେ ଖୁଲାସା…

5/06/2022 at 9:24 AM

ମୁମ୍ବାଇ ୦୫୦୬ : ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍ ବଲିଉଡର ମୋଷ୍ଟ ଆଡରବଲ କପଲ୍‌। ଯେଉଁମାନେ ସିକ୍ରେଟ୍‌ ଲଭ୍‌ କରିଥିଲେ। ଦୀର୍ଘବର୍ଷ ଡେଟ୍‌ କରିବା ପରେ ଡିସେମ୍ବର୨୦୨୧ ରେ ପରସ୍ପରରକୁ ବିବାହ କରିଥିଲେ । ପରିବାର ଏବଂ କିଛି ବିଶେଷ ବନ୍ଧୁଙ୍କ ମଧ୍ୟରେ ବିବାହ କରିଥିଲେ । ବିବାହକୁ ବର୍ତ୍ତମାନ ୬ମାସ ହୋଇଗଲାଣି। ହେଲେ ବିକି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରାୟତ ଚୁପ୍‌ ରହିଥାନ୍ତି। କିନ୍ତୁ ସେ IIFA ୨୦୨୨ରେ କ୍ୟାଟ୍ରିନାଙ୍କ ସହିତ ତାଙ୍କ ବୈବାହିକ ଜୀବନ ଏବଂ କ୍ୟାଟ୍ ସହିତ ତାଙ୍କ ଜୀବନ କିପରି ଚାଲିଛି ସେ ବିଷୟରେ ଖୁଲାସା କରିଥିଲେ ।

ଆଇଫା ୨୦୨୨ରେ ଭିକି କୌଶଲଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ମନୋନୀତ ହୋଇଛନ୍ତି ।ସେ ‘ସର୍ଦ୍ଦାର ଉଦ୍ଧମ୍’ ଫିଲ୍ମ ପାଇଁ ଏହି ଟାଇଟଲ୍ ଜିତିଛନ୍ତି। କିନ୍ତୁ IIFA ଆୱାର୍ଡ ୨୦୨୨ର ରେଡ    କାର୍ପେଟରେ ଭିକି କୌଶଲଙ୍କୁ ଏକାକୀ ଦେଖିବାକୁ ମିଳିଥିଲା। ସେତେବେଳେ ତାଙ୍କୁ କ୍ୟାଟ୍ରିନା କୈଫଙ୍କ ସହିତ ତାଙ୍କ ବିବାହିତ ଜୀବନ ବିଷୟରେ ପ୍ରଶ୍ନ କରାଯାଇଥିଲା ।

ବିବାହ ପରେ ଜୀବନ କେମିତି ଚାଲିଛି?

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯେତେବେଳେ ଭିକି କୌଶଲଙ୍କୁ ବିବାହ ପରେ ତାଙ୍କ ଜୀବନ କେତେ ଚାଲିଛି ବୋଲି ପଚରାଯାଇଥିବା ବେଳେ ଅଭିନେତା ଉତ୍ତର କହିଛନ୍ତି, ବିବାହ ପରେ କ୍ୟାଟ୍ରିନାଙ୍କ ସହ ଜୀବନ ବହୁତ ଭଲରେ ଚାଲିଛି। ଏହା ପରେ ମଧ୍ୟ ତାଙ୍କ ଜୀବନ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ହୋଇଛି।

IIFA ଆୱାର୍ଡ ୨୦୨୨ରେ ସେ ଏକୁଟିଆ ଦେଖିବାକୁ ମିଳିଥିଲେ। ଏହି ସମୟ ସେ କ୍ୟାଟ୍ରିନାଙ୍କୁ ବହୁତ ମନେ ପକାଉଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ କହିଛନ୍ତି କ୍ୟାଟ୍ରିନା ଏହି ବର୍ଷ ଆୱାର୍ଡ ଶୋ’ରେ ନାହାଁନ୍ତି କିନ୍ତୁ ଆଶା କରୁଛି, ଆସନ୍ତା ବର୍ଷ ଆମେ IIFA ରେ ଏକାଠି ଆସିବୁ।

   Related Posts