Sardar Udhamର ଟିଜର ରିଲିଜ୍ : ଭିକିଙ୍କୁ ଦେଖିବାକୁ ମିଳିବ ଭିନ୍ନ ଲୁକ୍‌ରେ...

Published By : Prameya-News7 Bureau | September 29, 2021 IST

ମୁମ୍ବାଇ ୨୯/୦୯  :  ମହାନ୍ ସ୍ୱାଧୀନତା ସଂଗ୍ରାମୀ ସରଦାର୍ ଉଧମ ସିଂଙ୍କ ଜୀବନୀ ଉପରେ ଆଧାରିତ ବହୁପ୍ରତୀକ୍ଷିତ ଫିଲ୍ମ ସରଦାର୍ ଉଧମର ଅଫିସିଆଲ୍ ଟିଜର୍ ରିଲିଜ୍ ହୋଇଯାଇଛି । ଏଥିରେ ମୂଖ୍ୟ ଭୂମିକାରେ ଭିକି କୌଶଲଙ୍କୁ ଦେଖିବାକୁ ମିଳିଛି । ତେବେ ଏଥିରେ ଭିକିଙ୍କୁ  ଭିନ୍ନ ଲୁକ୍ ରେ ଦେଖିବାକୁ ମିଳିଛି । ଟିଜର୍ ଟି ଆମାଜନ୍ ପ୍ରାଇମ୍ ରେ ରିଲିଜ୍ ହୋଇଛି । ଫିଲ୍ମଟି ମଧ୍ୟ ଆମାଜନ୍ ପ୍ରାଇମରେ ରିଲିଜ୍ ହେବ। ଏହି ଫିଲ୍ମର ନିର୍ଦ୍ଦେଶନା ସୁଜିତ୍ ସରକାର ଦେଇଛନ୍ତି । ପ୍ରଜୋଜକ ଭାବେ ରାଇଜିଂ ସନ୍ ଏହି ଫିଲ୍ମକୁ ପ୍ରଡ୍ୟୁସ କରିଛି ।

ଆମାଜନ୍ ପ୍ରାଇମ୍ ଭିଡିଓ ପକ୍ଷରୁ ଏହାକୁ ଭଗତ୍ ସିଂଙ୍କ ଜୟନ୍ତୀ ଅବସରରେ ସରଦାର୍ ଉଧମର ଟିଜର୍ ଲଞ୍ଚ କରିଛନ୍ତି । ଫିଲ୍ମ ସରଦାର୍ ଉଧମ ଦଶହରାରେ ରିଲିଜ୍ ହେବାକୁ ଏକଦମ୍ ପ୍ରସ୍ତୁତ ହୋଇଯାଇଛି। ଆମାଜନ ପ୍ରାଇମ୍ ଭିଡିଓରେ ଅକ୍ଟୋବର ୧୬ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଟିଜର୍ କଥା ଯଦି କହିବା ତେବେ ଆରମ୍ଭରୁ ଏକ ଦସ୍ତାବିଜ୍ ରେ ଭିକିଙ୍କ ଫଟୋ ଲଗାଯାଉଥିବା ଦେଖିବାକୁ ମିଳିଛି ।

wp:html
/wp:html

ତେବେ ଟିଜରରେ ଥିବା ଦସ୍ତାବିଜ୍ ହେଉଛି ଭାରତର । ଯେଉଁଥିରେ ସରଦାର୍ ଉଧମଙ୍କ ଭୂମିକାରେ ଭିକି କୌଶଲ ଙ୍କ ଫଟୋ ଲଗାଯାଇଛି । ଅନ୍ୟପଟେ ପାସପୋର୍ଟ ଉପରେ ଫୋକସ୍ କରାଯାଇଛି । ଏଥିରେ ଅଲଗା ଅଲଗା ନାମ ରହିଛି ଓ ଶେଷରେ ଉଧମ ସିଂଙ୍କ ପାସାପୋର୍ଟ ନଜର ଆସୁଛି । ଯିଏ କି ବ୍ରିଟିଶ୍ ସାମ୍ରାଜ୍ୟକୁ ଆଚମ୍ବିତ କରି ରଖି ଦେଇଛି ।ତେବେ ଟିଜରରେ ଫିଲ୍ମରେ ଏକ ଆସୋସିଏସନ୍ କାହାଣୀ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.