ଭିକିଙ୍କ ଫିଲ୍ମ ଦେଖି ଇମ୍ପ୍ରେସ୍‌ ହେଲେ ସଚିନ୍‌ ତେନ୍ଦୁଲକର, ପୋଷ୍ଟ ସେୟାର କରି ଅଭିନେତା ଲେଖିଲେ ଏମିତି…

Published By : Prameya-News7 Bureau | December 04, 2023 IST

ମୁମ୍ଵାଇ ୦୪।୧୨: ବଲିଉଡ ଅଭିନେତା ଭିକ୍କି କୌଶଲ । ତାଙ୍କର ସିନେମା ‘ସାମ ବାହାଦୁର’କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଏହି ସିନେମା ଡିସେମ୍ବର ୧ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା। ସିନେମା ଦେଖି ଫେରୁଥିବା ଦର୍ଶକ ଭିକ୍କିଙ୍କ ଅଭିନୟ ଦେଖି ବେଶ ଖୁସି ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳିଛି ଭିକିଙ୍କ ପ୍ରଶଂସା।

{"width":730,"height":411}
Vicky Kaushal Poses With Sachin Tendulkar after screening of Sam Bahadur says My Childhood Hero Saw My Film

ଫିଲ୍ମଟି କାଳ୍ପନିକ ଚରିତ୍ର ନୁହେଁ, ବରଂ ବାସ୍ତବ ଜୀବନର ଚରିତ୍ରକୁ ନେଇ ଆଧାରିତ। ଭାରତୀୟ ସେନାର ଅନ୍ୟତମ ଶ୍ରେଷ୍ଠ ଅଫିସର ସାମ୍ ମାନେକଶା ଭୂମିକାରେ ଅଭିନୟ କରିବା କିଛି ଛୋଟିଆ କଥା ନୁହେଁ। କିନ୍ତୁ ଏହାକୁ ଭିକି ‘ସାମ୍‌ ବାହାଦୁର’ ସିନେମାରେ ଅଭିନୟ କରି ଦେଖାଇଦେଇଛନ୍ତି। ଭିକି ଏହି ଚଳଚ୍ଚିତ୍ର ପାଇଁ ବହୁତ ପରିଶ୍ରମ କରିଛନ୍ତି। ଏହି ସମୟରେ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ପତ୍ନୀ ଅଞ୍ଜଳିଙ୍କ ସହିତ ଏହି ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟରେ ପହଞ୍ଚିଥିଲେ।

wp:html
/wp:html

ସିନେମା ଦେଖି ଫେରିବା ପରେ ସଚିନ ଭିକିଙ୍କ ସହ ଫଟୋ ଉଠାଇଥିଲେ । ସିନେମାର ଭୁରିଭୁରି ପ୍ରଶଂସା କରି କହିଥିଲେ, ‘ମୁଁ ଭିକିଙ୍କ ଅଭିନୟରେ ବେଶ ପ୍ରଭାବିତ। ସିନେମା ଦେଖି ମନ ଖୁସି ହୋଇଗଲା। ମୁଁ କହିବି ଏହି ସିନେମା ସମସ୍ତେ ଦେଖନ୍ତୁ। ଯୁବପିଢ଼ିଙ୍କୁ ଆମ ଦେଶ ବିଷୟରେ ଜାଣିବା ନିହାତି ଆବଶ୍ୟକ। ଏହି ଫଟୋକୁ ଭିକି ସେୟାର କରି ଲେଖିଛନ୍ତି, ‘ମୋର ପିଲାଦିନର ହିରୋ ଆଜି ମୋ ସିନେମା ଦେଖିଛନ୍ତି। ଆପଣ ମୋ ଅଭିନୟ ଦେଖି କରିଥିବା ପ୍ରଶଂସା ସବୁଦିନ ପାଇଁ ମନେ ରହିବ। ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.