ଭିକିଙ୍କ ନୂଆ ଲୁକ୍‌ ଦେଖି କନ୍‌ଫ୍ୟୁଜ୍‌ ହେଲେ ଫ୍ୟାନ୍ସ, ସୋସିଆଲ୍‌ ମିଡିଆରେ କଲେ ଟ୍ରୋଲ୍‌

Published By : Prameya-News7 Bureau | October 07, 2022 IST

ମୁମ୍ଵାଇ ୦୭।୧୦: ବଲିଉଡର ଜଣାଶୁଣା ଅଭିନେତା ଭିକି କୌଶଲ । କୌଣସି ଅଭିନେତାଙ୍କ ଠାରୁ କମ୍‌ ନୁହନ୍ତି ଭିକି । ତାଙ୍କ ଅଭିନୟ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସ ଫଲୋର୍ସ। ନିକଟରେ ଅଭିନେତାଙ୍କ ଲୁକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାସ୍ତବରେ ଭିକି ମୁମ୍ବାଇରେ ଅଲି ଏବଂ ରିଚାଙ୍କ ରିସେପ୍ସନରେ ପହଞ୍ଚିଥିଲେ। ଏହି ସମୟରେ ଭିକି ନୀଳ ରଙ୍ଗର ସୁଟ ସହ ବିନା ଦାଢିରେ ନଜର ଆସିଥିଲେ। ପ୍ରଶଂସକମାନେ ତାଙ୍କ ଲୁକକୁ ଆଦୌ ପସନ୍ଦ କରୁ ନାହାନ୍ତି।

ଭିକିଙ୍କର ଏହି ଫଟୋ ଏବଂ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ଅନେକ ମିମ୍‌ ମଧ୍ୟ ଦେଖିବାକୁ ମିଳୁଛି । ଅନେକ ପ୍ରଶଂସକମାନେ କମେଣ୍ଟ ଦେଉଛନ୍ତି ଯେ ଭିକି କେବେ ଦାଢି କାଟିବା କରିବା ଉଚିତ୍ ନୁହେଁ । ଏହା ସହିତ ସେ ଆହୁରି ମଧ୍ୟ କହୁଛନ୍ତି ଯେ ବିକି ସବୁ ବେଳେ ବିଅଡ ତଥା ଦାଢି ରଖିବା ଉଚିତ୍।

{"id":692728,"sizeSlug":"full","linkDestination":"none"}

କହିବାକୁ ଗଲେ ପୂର୍ବରୁ, ଯେତେବେଳେ ବିକି ମାଲଦ୍ୱୀପକୁ କ୍ୟାଟ୍ରିନାଙ୍କ ଜନ୍ମଦିନ ପାଳନ କରିବାକୁ ଯାଉଥିଲେ, ବିକି ପ୍ରଥମ ଥର ପାଇଁ ବିନା ଦାଢିରେ ନଜର ଆସିଥିଲେ। ସେହି ସମୟରେ ଭିକିଙ୍କୁ ଖୁବ୍‌ ଟ୍ରୋଲ କରାଯାଇଥିଲା। ଉଲ୍ଲେଖଥାଉ କି, ପ୍ରଶଂସକମାନେ କ୍ୟାଟ୍ରିନାଙ୍କୁ  ଅନୁରୋଧ କରୁଛନ୍ତି କି ଭିକିଙ୍କୁ ବୁଝାଆନ୍ତୁ କି ସେ ପୂର୍ବ ପରି ଦେଖାଯାଆନ୍ତୁ ।ବର୍ତ୍ତମାନ ବିକି ସାମ ବାହାଦୁର, ଗୋବିନ୍ଦା ମେରା ନାମ ଭଳି ଚଳଚ୍ଚିତ୍ରରେ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.