ରାଜସ୍ଥାନରେ ନ୍ୟୁ-ଇୟର ସେଲିବ୍ରେସନ କଲେ ଭିକ୍ୟାଟ୍, ସାମ୍ନାକୁ ଆସିଲା ଫଟୋ
1/01/2023 at 8:17 AM

ମୁମ୍ଵାଇ ୦୧।୦୧: କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ବର୍ତ୍ତମାନ ରାଜସ୍ଥାନରେ ଅଛନ୍ତି। ସେମାନେ ନୂଆ ବର୍ଷ ପାଳନ କରିବାକୁ ରାଜସ୍ଥାରେ ନଜର ଆସିଛନ୍ତି। ନିକଟରେ ସେମାନେ ମୁମ୍ବାଇ ବିମାନବନ୍ଦରରେ ଏକାଠି ନଜର ଆସିଥିଲେ। ଏଭଳି ପରିସ୍ଥିତିରେ ଉଭୟ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।
ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ ରାଜସ୍ଥାନର ପାଲି ଜିଲ୍ଲାର ଜାୱାଇ ଡ୍ୟାମ ଅଞ୍ଚଳରେ ଅଛନ୍ତି। ଭିକି ଏବଂ କ୍ୟାଟ୍ରିନାଙ୍କ କିଛି କ୍ଲୋଜ୍ ସେଲଫି ମଧ୍ୟ ଦେଖିବାକୁ ମିଳିଥିଲା। ଦୁହେଁ ଶୀତଦିନିଆ ପୋଷାକ ପିନ୍ଧିଛନ୍ତି ଏବଂ ଆଖିରେ ଚଷମା ଅଛି । ଏହା ବ୍ୟତୀତ ଦୁହେଁ ମଜା ମସ୍ତି କରିବା ସହ ବୁଲୁଥିବାର ନଜର ଆସିଛନ୍ତି। ଏଭଳି ପରିସ୍ଥିତିରେ ୟୁଜର୍ସମାନେ ତାଙ୍କ ପୋଷ୍ଟରେ ବହୁତ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର୍ସ ସୁନ୍ଦର ଦମ୍ପତି ଲେଖିଥିଲେ। ଅନ୍ୟପକ୍ଷରେ, ଅନ୍ୟ ଜଣେ ୟୁଜର୍ସ ସବୁଠାରୁ ବେଷ୍ଟ ଫଟୋ ।
ଅନ୍ୟପଟେ କହିବାକୁ ଗଲେ ଦୁହେଁ ପରିବାର ସହିତ ଖ୍ରୀଷ୍ଟମାସ ପାଳନ କରିବା ପରେ ରାଜସ୍ଥାନରେ ଛୁଟିଦିନ କାଟୁଛନ୍ତି । ଏହା ହେଉଛି ସେହି ଜାଗା ଯେଉଁଠାରେ ଦୁହେଁ ବିବାହ କରିଥିଲେ । କ୍ୟାଟ୍ରିନାଙ୍କ ପ୍ରଶଂସକମାନେ ତାଙ୍କ ନିଷ୍ପତ୍ତିକୁ ବହୁତ ପସନ୍ଦ କରିଥିଲେ। ଏଭଳି ପରିସ୍ଥିତିରେ ସମସ୍ତେ ତାଙ୍କୁ ନୂଆ ବର୍ଷ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।