ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବିବାହ ପରେ ଏକାଠି ଦୀପାବଳି ପାଳିଲେ ଭି-କ୍ୟାଟ୍‌, ସେୟାର କଲେ ସେଲିବ୍ରେସନ୍‌ର ଫଟୋ

26/10/2022 at 7:51 AM

ମୁମ୍ଵାଇ ୨୬।୧୦: ବଲିଉଡ ମୋଷ୍ଟ ଆଡରେବଲ କପଲ ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ । ବିବାହ ପରେ ଦୁହିଁଙ୍କର ପ୍ରଥମ ଦୀପାବଳି। ଦୁହେଁ ଏକାଠି ଦୀପାବଳି ପାଳନ କରିଥିଲେ। ଉଭୟ କ୍ୟାଟ୍ରିନା ଏବଂ ଭିକି ଦୀପାବଳି ଉତ୍ସବର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇଛନ୍ତି ।

ବିକି ଇନଷ୍ଟାଗ୍ରାମରେ ଲକ୍ଷ୍ମୀ ପୂଜା ସମୟରେ ନିଜେ ଏବଂ ତାଙ୍କ ପତ୍ନୀ କ୍ୟାଟ୍ରିନାଙ୍କର ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କ୍ୟାପସନରେ ଲେଖିଥିଲେ – ଲକ୍ଷ୍ମୀ ପୂଜା ଘରର ଲକ୍ଷ୍ମୀଙ୍କ ସହ। ଆମ ତରଫରୁ ଆପଣ ସମସ୍ତଙ୍କୁ ଦିୱାଲୀ ଶୁଭେଚ୍ଛା । ଭିକି ତାଙ୍କ ପତ୍ନୀଙ୍କୁ ଲକ୍ଷ୍ମୀ କହିବା ଶୁଣି ପ୍ରଶଂସକମାନଙ୍କ ହୃଦୟକୁ ସ୍ପର୍ଶ କରିଥିଲା।

ଭିକି-କ୍ୟାଟ୍ରିନାଙ୍କ ପୋଷ୍ଟରେ ଅନେକ ସେଲିବ୍ରିଟି ଏବଂ ତାଙ୍କ ପ୍ରଶଂସକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୀପାବଳିରେ ଲକ୍ଷ୍ମୀ ଗଣେଶଙ୍କ ପୂଜା ସମୟରେ କ୍ୟାଟ୍ରିନା ସାଲୱାର ସୁଟରେ ଥିବା ବେଳେ ଭିକି କୁର୍ତ୍ତା ନଜର ଆସିଛନ୍ତି । କ୍ୟାଟ୍ରିନା ଦ୍ୱାରା ପୋଷ୍ଟ କରାଯାଇଥିବା ଫଟୋରେ ଭିକି ଏକ ଧଳା ଏବଂ ସିଲଭର ଶେରୱାନି ପିନ୍ଧିଥିବା ବେଳେ କ୍ୟାଟ୍ରିନା ସୁବର୍ଣ୍ଣ ରଙ୍ଗର ଶାଢୀ ପିନ୍ଧିଛନ୍ତି । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହି ଗୁଡ଼ିକ ପେଜ୍‌ରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

   Related Posts