ଭୁବନେଶ୍ବରରେ ପହଞ୍ଚିଲେ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ

Published By : Prameya-News7 Bureau | October 06, 2019 IST

ଭୁବନେଶ୍ବର ୬।୧୦: ଭୁବନେଶ୍ବରରେ ପହଞ୍ଚିଲେ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ । ଭୁବନେଶ୍ବରରେ ଚାଲିଥିବା ବିଶ୍ବ କବି ସମ୍ମିଳନୀ ଓ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡିଶା ଆସିଛନ୍ତି ଉପ ରାଷ୍ଟ୍ରପତି । 

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବିଶ୍ବ କବି ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାହାରିଛନ୍ତି । ସମ୍ମିଳନୀରେ ଯୋଗଦେବା ପରେ ରାଜଭବନ ଫେରିବେ । ମଧ୍ୟାହ୍ନ ଭୋଜନ ପରେ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ।

ସନ୍ଧ୍ୟା ପୂର୍ବରୁ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ କମିଶନରେଟ୍ ପୋଲିସ ପକ୍ଷରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.