ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ ବାତିଲ

Published By : Prameya-News7 Bureau | December 27, 2019 IST

ବଲାଙ୍ଗୀର ୨୭।୧୨: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ଗଲାଙ୍ଗୀର ଗସ୍ତ ବାତିଲ ହୋଇଛି । ତେବେ ପାଗ ଖରାପ ସାଙ୍ଗକୁ କୁହୁଡି ଯୋଗୁଁ ଉପରାଷ୍ଟ୍ରପତିଙ୍କ ଗସ୍ତକୁ ବାତିଲ କରିଦିଆଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାର୍ଯ୍ୟକ୍ରମ କରାଯିବା ନେଇ ସୂଚନା ମିଳିଛି ।

ଉପରାଷ୍ଟ୍ରପତି ବଲାଙ୍ଗୀରର ବରକାନିଠାରେ ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମିତ BPCL ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ଥିଲା । ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାର୍ଯ୍ୟକ୍ରମ କରାଯିବା ନେଇ ସୂଚନା ମିଳିଛି । ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ୍ ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହି ପ୍ଲାଣ୍ଟର ଲୋକାର୍ପଣ କରିବେ ବୋଲି ସୂଚନା ମିଳିଛି ।

ଏହାସହ ରାଜେନ୍ଦ୍ର କଲେଜ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ମଧ୍ୟ ଉପରାଷ୍ଟ୍ରପତି ଯେ।ଗଦେବାର କାର୍ଯ୍ୟକ୍ରମ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.