ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମହାତ୍ମା ଗାନ୍ଧୀଙ୍କୁ ଗତ ଶତାବ୍ଦୀର ମହାପୁରୁଷ କହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଇ ଶତବ୍ଦୀର ଯୁଗପୁରଷ ବୋଲି କହିଛନ୍ତି।
ସୋମବାର ଜୈନ ବିଚାରକ ତଥା ଦାର୍ଶନିକ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ଜନ୍ମ ବାର୍ଷିକୀ ଉତ୍ସବରେ ଯୋଗ ଦେଇ ଧନଖଡ଼ କହିଛନ୍ତି “ମହାତ୍ମା ଗାନ୍ଧୀ ସତ୍ୟଗ୍ରହ ଏବଂ ଅହିଂସା ମାଧ୍ୟମରେ ବ୍ରିଟିଶମାନଙ୍କ ଦାସତ୍ୱରୁ ଆମକୁ ମୁକ୍ତ କରିଥିଲେ। ଭାରତର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମକୁ ସେହି ପଥକୁ ନେଇଗଲେ ଯେଉଁଠାରେ ଆମେ ସବୁବେଳେ ଯିବାକୁ ଚାହୁଁଥିଲୁ। ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହେଁ ଯେ ମହାତ୍ମା ଗାନ୍ଧୀ ଗତ ଶତାବ୍ଦୀର ଜଣେ ମହାପୁରୁଷ ଥିଲେ। ନରେନ୍ଦ୍ର ମୋଦୀ ହେଉଛନ୍ତି ଏହି ଶତାବ୍ଦୀର ଯୁଗପୁରୁଷ।”
wp:html/wp:htmlमैं आपको एक बात कहना चाहूंगा, पिछली शताब्दी के महापुरुष महात्मा गांधी थे, इस शताब्दी के युगपुरुष नरेंद्र मोदी हैं!
— Vice President of India (@VPIndia) November 27, 2023
महात्मा गांधी ने सत्य और अहिंसा से हमें अंग्रेजों की गुलामी से छुटकारा दिलाया, भारत के यशस्वी प्रधानमंत्री श्री नरेंद्र मोदी जी ने देश को प्रगति के उस रास्ते पर डाल… pic.twitter.com/mBP7zxIs0C
ଧନଖଡ଼ କହିଛନ୍ତି ଯେ ଦୁଇ ମହାନ ହସ୍ତି ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଗୋଟେ କଥା ସମାନ ଅଛି। ଏହି ଦୁଇ ଜଣ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କୁ ପ୍ରତିଫଳିତ କରିଛନ୍ତି। ବିରୋଧୀଙ୍କୁ ଟାର୍ଗେଟ୍ କରି ଉପରାଷ୍ଟ୍ରପତି କହିଛନ୍ତି “ଏହି ଦେଶର ବିକାଶକୁ ବିରୋଧ କରୁଥିବା ଶକ୍ତି ଏବଂ ଏହି ଦେଶର ଅଭିବୃଦ୍ଧିକୁ ହଜମ କରିବାରେ ଅସମର୍ଥ ଶକ୍ତିମାନେ ଏକାଠି ହେଉଛନ୍ତି। ଯେତେବେଳେ ଦେଶରେ କିଛି ଭଲ ଘଟଣା ଘଟେ, ଏହି ଲୋକମାନେ ଏକ ଭିନ୍ନ ମନୋଭାବରେ ପୋଷଣ କରନ୍ତି। ଏହା ହେବା ଉଚିତ୍ ନୁହେଁ।”
ପଢ଼ନ୍ତୁ-ବିଜେପି କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାଁ ବଦଳାଇ ଭାଗ୍ୟନଗର କରିବୁ: ଜି. କିଶନ ରେଡ୍ଡୀ
ଧନଖଡ଼ କହିଛନ୍ତି ଯେ ବିପଦ ବହୁତ ବଡ଼। ଆପଣ ଆମ ଆଖପାଖରେ ଦେଖୁଥିବା ପଡ଼ୋଶୀ ରାଷ୍ଟ୍ରଙ୍କ ଇତିହାସ ୩୦୦ କିମ୍ବା ୫୦୦ କିମ୍ବା ୭୦୦ ବର୍ଷ ପୁରୁଣା,ହେଲେ ଆମ ଇତିହାସ ୫୦୦୦ ବର୍ଷ ପୁରୁଣା ବୋଲି ଧନଖଡ଼ କହିଛନ୍ତି।