ପରଲୋକରେ ଭିକୋ ଆୟୁର୍ବେଦର ପ୍ରତିଷ୍ଠାତା, ୮୫ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ‌ ଯଶଓ୍ବନ୍ତ ପେଣ୍ଢରକର

Published By : Prameya-News7 Bureau | May 25, 2024 IST

ନୂଆଦିଲ୍ଲୀ: ନିରବୀ ଗଲେ ଭିକୋ ଆୟୁର୍ବେଦିକର ପ୍ରତିଷ୍ଠାତା । ଆଇନ୍‌ରୁ ଆୟୁର୍ବେଦକୁ ବାଛିଥିବା ଯଶଓ୍ବନ୍ତ କେଶବ ପେଣ୍ଢରକରଙ୍କ ପରଲୋକ ହୋଇଛି । ୮୫ ବର୍ଷ ବୟସରେ ପେଣ୍ଢରକରଙ୍କ ନିଧନ ସମଗ୍ର ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ନାଗପୁରର ସିଭିଲ ଲାଇନ୍‌ସ୍ଥିତ ନିଜ ବାସଭବନରେ ହିଁ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବୟାସାଧିକ ଜନିତ ସମସ୍ୟାରେ ପୀଡ଼ିତ ଥିଲେ ଯଶଓ୍ବନ୍ତ ।

ସୂଚନାଯୋଗ୍ୟ, କେବଳ ଯେ, ପ୍ରତିଷ୍ଠାତା ଭାବରେ ହିଁ ନୁହେଁ ବରଂ ବିଜ୍ଞାପନ ସାହାଯ୍ୟରେ ଭିକୋ ଉତ୍ପାଦକୁ ଘରେ ଘରେ ପହଞ୍ଚାଇଥିବା ଯଶଓ୍ବନ୍ତ ପେଣ୍ଢରକରଙ୍କ ଥିଲା ବଡ଼ ଭୂମିକା। ‘‘ଭିକୋ ଟରମରିକ୍‌, ନହିଁ କସମେଟିକ୍‌’’, ଏହି ଟ୍ୟାଗ୍‌ ଲାଇନ୍‌ ପଛର ମୁଖ୍ୟ ନାୟକ ମଧ୍ୟ ଯଶଓ୍ବନ୍ତ କେଶବ ପେଣ୍ଢରକର ।

ଉଲ୍ଲେଖଯୋଗ୍ୟ, ଯଶଓ୍ବନ୍ତ ପେଣ୍ଢରକର ଆଇନ୍‌ରେ ସ୍ନାତକ ପାସ୍‌ କରିଥିବା ବେଳେ ଆୟୁର୍ବେଦରେ ରୁଚି ରଖିଥିଲେ।   ଏଲଏଲବି ଡିଗ୍ରି ହାସଲ କରିବା ପରେ ସେ ଭିକୋ ଲାବୋରେଟୋରିଜ୍‌ରେ କାମ କରିଥିଲେ । ଏହି ସମୟରେ ଭାରତରେ ଉତ୍ପାଦନକୁ ନେଇ ବହୁ କାନୁନ ଥିଲା । ଆଉ ଖାକି ବାବୁଙ୍କ ରାଜ ସମୟରେ ଭିକୋ ଏକ୍ସସାଇଜ୍‌ ଡିପାର୍ଟମେଣ୍ଟ ପାଖରେ ୩୦ ବର୍ଷର ଆଇନଗତ ଲଢ଼େଇ କରିଥିଲା । ସେତେବେଳେ ପେଣ୍ଢରକରଙ୍କ ଏଲଏଲବି ଡିଗ୍ରି କାମରେ ଆସିଥିଲା । ଦୀର୍ଘ ଲଢ଼େଇ ପରେ ୧୯୭୮ରେ ବିଜୟ ପାଇଥିଲା ଭିକୋ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.