ଦିଲ୍ଲୀ ଦଙ୍ଗା: ଭିଏଚ୍‌ପି ଓ ବଜରଙ୍ଗ ଦଳ ବିରୋଧରେ ମାମଲା ରୁଜୁ, ଅନୁମତି ନ ନେଇ ରାଲି କରିଥିଲେ

Published By : Prameya-News7 Bureau | April 18, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗିରୀପୁରୀରେ ହୋଇଥିବା ହିଂସା ଘଟଣାରେ ଦିନକୁ ଦିନ କୁହୁଳିବାରେ ଲାଗିଛି। ଗୋଟି ସମ୍ପ୍ରଦାୟ ଥମିଲେ ଆଉ ଏକ ସମ୍ପ୍ରଦାୟ ତେଜୁଛି। କୁହୁଳି କୁହୁଳି ନିଆଁ ଲାଗିବା ଭଳି ହିଂସା ବି ମଝିର ମଝିରେ ମୁଣ୍ଡ ଟେକୁଛି। ଦିଲ୍ଲୀ ହିଂସାର ତଦନ୍ତ ସିବିଆଇ କରୁଥିବା ବେଳେ ୨୪ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ଆଜି ଏହି ମାମଲାରେ ବିଶ୍ୱ ହିନ୍ଦୁ ପରିଷଦ(VHP) ଓ ବଜରଙ୍ଗ ଦଳ ବିରୋଧରେ ମାମଲା ରୁଜୁ କରାଯାଇଛି। ତା ସହିତ ଭିଏଚ୍‌ପିର ଜଣେ ସଦସ୍ୟଙ୍କୁ ଗିରଫ ମଧ୍ୟ କରାଯାଇଛି।

ପୁଲିସର ବିନା ଅନୁମତିରେ ହନୁମାନ ଜୟନ୍ତୀରେ ଜାହାଙ୍ଗୀରପୁରୀରେ ରାଲି କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ ମାମଲା ହୋଇଛି। ଦିଲ୍ଲୀ ପୁଲିସ କମିଶନର ରାକେଶ ଅସ୍ଥାନା ଆଜି ସୂଚନା ଦେଇ କହିଛନ୍ତି ଯେ ହନୁମାନ ଜୟନ୍ତୀରେ ଜାହାଙ୍ଗୀରପୁରୀରେ ହୋଇଥିବା ଶୋଭାଯାତ୍ରା ପାଇଁ ପୁଲିସ ଅନୁମତି ନିଆଯାଇ ନଥିଲା। ତେଣୁ ଦିଲ୍ଲୀ ପୁଲିସ ଭିଏଚ୍‌ପିର ଓ ବଜରଙ୍ଗ ଦଳର ଦିଲ୍ଲୀ ଶାଖା ମୁଖାର୍ଜୀ ନଗର ଜିଲ୍ଲା ବିରୋଧରେ ମାମଲା ହୋଇଛି ବୋଲି ଉତ୍ତର-ପଶ୍ଚିମ ଜିଲ୍ଲା ଡିସିପି ଉଷା ରଙ୍ଗନାନୀ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଆଜି ରାଜଧାନୀରେ ପୁଣିଥରେ ହିଂସାକାଣ୍ଡ ହୋଇଛି। ମହିଳାଙ୍କୁ ଦିଲ୍ଲୀ ପୋଲିସ ଜଣେ ମହିଳାଙ୍କୁ ପଚରାଉଚାର ପାଇଁ ନେବା ସମୟରେ ସ୍ଥାନୀୟ ଲୋକେ ପଥର ମାଡ କରିଥିବା ଜଣାପଡ଼ିଛି। ପରିସ୍ଥିତିକୁ ନଜରରେ ରଖି ସମ୍ପୃକ୍ତ ଅଞ୍ଚଳରେ ରାପିଡ୍ ଆକ୍ସନ ଫୋର୍ସ ସହ ପୋଲିସ ମୁତୟନ କରାଯାଇଛି।

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.