ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ଭେଟେରାନ୍ ଅଭିନେତା ତଥା ନିର୍ଦ୍ଦେଶକ କେ. ବିଶ୍ଵନାଥଙ୍କ ପରଲୋକ, ୯୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ

3/02/2023 at 7:54 AM

K Biswanath

ନୂଆଦିଲ୍ଳୀ, ୦୩/୦୨: ତେଲୁଗୁ ସିନେମାର ଦିଗ୍ଗଜ ଅଭିନେତା ଏବଂ ନିର୍ଦ୍ଦେଶକ କେ.ବିଶ୍ଵନାଥଙ୍କ ପରଲୋକ। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ୨୦୧୬ ରେ ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ମଧ୍ୟ ମିଳିଥିଲା। ତାଙ୍କର ବିୟୋଗରେ ଫ୍ୟାନ ତଥା ସେଲିବ୍ରିଟିମାନେ ଶୋକପ୍ରକାଶ କରିବା ସହ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଗୁରୁବାର ରାତିରେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ଗ୍ରସିତ ଥିବା ବିଶ୍ବନାଥ ହାଇଦ୍ରାବାଦରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଜଣେ ନିର୍ଦ୍ଦେଶକ ଭାବରେ ବିଶ୍ବନାଥ କ୍ୟାରିୟର ୧୯୬୫ ରେ ଆରମ୍ଭ କରିଥିଲେ। ତାଙ୍କର ବଡ଼ ଫିଲ୍ମ ତାଲିକାରେ ଶଙ୍କରଭରଣମ, ସ୍ବାଥିନୁଭ୍ୟମ, ସାଗର ସଂଗମମ ଏବଂ ସ୍ବୟଂକୃଷି ଭଳି ଲୋକପ୍ରିୟ ଫିଲ୍ମ ରହିଛି। ଏହା ସହ ଆହୁରି ଅନେକ ଫିଲ୍ମରେ ଅଭିନୟ କରିବା ସହ ନିର୍ଦେ୍ଦଶନା ମଧ୍ୟ କରିଛନ୍ତି। ବିଶ୍ବନାଥଙ୍କ ନିର୍ଦେ୍ଦଶିତ ଅନ୍ତିମ ଫିଲ୍ମ ’ସୁଭାପ୍ରଦମ’ ୨୦୧୦ ରେ ରିଲିଜ୍‌ ହୋଇଥିଲା।

କେ ବିଶ୍ବନାଥ ଜଣେ ନିର୍ଦ୍ଦେଶକ ସହ ଏକ ଉଚ୍ଚକୋଟୀର କଳାକାର ମଧ୍ୟ ଥିଲେ। ସେ କାଲିସୁନ୍ଦରମ ରା, ନରସିମ୍ହା ନାଇଡୁ, ଟାଗୋର ଏବଂ ମିଷ୍ଟର ପରଫେକ୍ଟ ଭଳି ଅନେକ ଫିଲ୍ମରେ କାମ କରିଥିଲେ। କେ. ବିଶ୍ବନାଥ ନିଜର ଦମଦାର କାମ ପାଇଁ ଅନେକ ଆଓ୍ବାର୍ଡ ମଧ୍ୟ ଜିତିଛନ୍ତି।

ଯେଉଁଥିରେ ପାଞ୍ଚ ରାଷ୍ଟ୍ରୀୟ ପୁରସ୍କାର ଏବଂ ରାଜ୍ୟ ନନ୍ଦୀ ପୁରସ୍କାର, ୧୦ ଫିଳ୍ମଫେୟାର ଆଓ୍ବାର୍ଡ ସାଉଥ୍ ଏବଂ ହିନ୍ଦିରେ ଗୋଟିଏ ଫିଲ୍ମଫେୟାର ସାମିଲ୍‌ ରହିଛି। ଏହା ସହ ୧୯୯୨ ରେ କେ ବିଶ୍ବନାଥଙ୍କୁ କଳା କ୍ଷେତ୍ରରେ ଯୋଗଦାନ ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟ ରଘୁପତି ଭେଙ୍କୟା ପୁରସ୍କାର ଏବଂ ନାଗରିକ ସମ୍ମାନ ପଦ ମଧ୍ୟ ମିଳିଥିଲା।

   Related Posts