ବିଶିଷ୍ଟ ଅଭିନେତା ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନଙ୍କ ପରଲୋକ, ଦୀର୍ଘଦିନରୁ ହୃଦଜନିତ ରୋଗରେ ପୀଡ଼ିତ ଥିଲେ

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ: ଦକ୍ଷିଣ ଭାରତ ସିନେମା ଜଗତର ବିଶିଷ୍ଟ ଅଭିନେତା ଏବଂ କମେଡିଆନ ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନଙ୍କ ପରଲୋକ। ୮୨ ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ଶନିବାର ସକାଳ ପ୍ରାୟ ୯ଟା ୪୫ ସମୟରେ ତାଙ୍କର ପରଲୋକ ହୋଇଛି। ହାଇଦ୍ରାବାଦ ଜୁବଲୀ ହିଲ୍ସରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ନଭେମ୍ବର ୧୩ରେ ଚନ୍ଦ୍ର ମୋହନଙ୍କ ଅନ୍ତିମ ସଂସ୍କାର କରାଯିବ। ଚନ୍ଦ୍ର ମୋହନଙ୍କ ମୃତ୍ୟୁରେ ସମଗ୍ର ଦକ୍ଷିଣ ଭାରତ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ଖବର ଅନୁଯାୟୀ, ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ ଗତ ବର୍ଷରୁ ହୃଦଜନିତ ସମସ୍ୟାରେ ପୀଡ଼ିତ ଥିଲେ।

ଆହୁରି ପଢ଼ନ୍ତୁ: ପରଲୋକରେ ମାଲାୟଲମ୍‌ ଅଭିନେତା କଲାଭବନ, ୧୫୦ରୁ ଅଧିକ ଫିଲ୍ମରେ କରିଛନ୍ତି କାମ

ଚନ୍ଦ୍ର ମୋହନଙ୍କ ସାଉଥ୍‌ ଇଣ୍ଡଷ୍ଟ୍ରୀରେ ଖୁବ୍ ପ୍ରସିଦ୍ଧ ଥିଲେ। ଏମିତିରେ ତାଙ୍କର ମୃତ୍ୟୁରେ ଫ୍ୟାନ୍‌ମାନେ ଦୁଃଖ ପ୍ରକାଶ କରିଛନ୍ତି। ୧୯୬୬ରେ ଅଭିନେତା ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଅନେକ ବଡ଼ ବଡ଼ ପୁରସ୍କାରରେ ମଧ୍ୟ ସେ ପୁରସ୍କୃତ ହୋଇଥିଲେ। ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନଙ୍କ ପ୍ରକୃତ ନାମ ଚନ୍ଦ୍ରଶେଖର ରାଓ ମଲ୍ଲମପଲ୍ଲୀ ଥିଲା। ତାଙ୍କର ଜନ୍ମ ୧୯୪୩ ମେ ୨୩ରେ ହୋଇଥିଲା।

ଅଭିନେତା ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲାର ପମିଦିମୁକ୍କୁଲ୍ଲା ଗାଁରେ ଜନ୍ମ ହୋଇଥିଲେ। ଅଭିନେତା ନିଜ କ୍ୟାରିୟରେ ବହୁ ବଡ଼ ବଡ଼ ଫିଲ୍ମରେ ଅଭିନୟ କରିଛନ୍ତି।

ଆହୁରି ପଢ଼ନ୍ତୁ: ରଶ୍ମିକାଙ୍କ ଡିପ୍‌ଫେକ୍‌ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସ୍‌ର ଆକ୍ସନ, ରୁଜୁ କଲା ମାମଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.