ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ଅଭିନେତା ଆଶିଷ ବିଦ୍ୟାର୍ଥୀ

Published By : Prameya-News7 Bureau | May 25, 2023 IST

କୋଲକାତା: ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ଅଭିନେତା ଆଶିଷ ବିଦ୍ୟାର୍ଥୀ। ୬୦ ବର୍ଷ ବୟସରେ ସେ ଆସାମର ରୂପାଲୀ ବରୁଆଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଅତି ନିକଟ ସମ୍ପର୍କୀୟ ଓ ପରିବାର ବର୍ଗଙ୍କ ଗହଣରେ ଗୁରୁବାର(ମେ ୨୫) କୋଲକାତାର ଏକ କ୍ଲବ୍‌ରେ ଉଭୟଙ୍କର ବିବାହ ହୋଇଛି।  

ପରିଣତ ବୟସରେ ବି ବିବାହ କରି ଖୁସୀ ଅନୁଭବ କରୁଥିବା ଆଶିଷ କହିଛନ୍ତି। ସେ କହିଛନ୍ତି “ମୋ ଜୀବନର ଏହି ପର୍ଯ୍ୟାୟରେ ବି ରୂପାଲୀଙ୍କୁ ବିବାହ କରିବା ମୋ ପାଇଁ ଏକ ନିଆରା ଅନୁଭବ। ସକାଳେ ଆମର କୋର୍ଟରେ ବିବାହ ସରିଛି। ଏହାପରେ ସନ୍ଧ୍ୟାରେ ଭୋଜି ହେବ।”

Ashish Vidyarthi First Wife, Second wife, Family and Son

ଜାତିୟ ପୁରସ୍କାର ବିଜେତା ଅଭିନେତା ଆଶିଷ ବିଦ୍ୟାର୍ଥୀ ହିନ୍ଦୀ, ତେଲଗୁ, ତାମିଲ, କନ୍ନଡ଼, ମାଲାୟଲମ, ବଙ୍ଗଳା ଓ ଓଡ଼ିଆ ଆଦି ୧୧ଟି ଭାଷାରେ ପ୍ରାୟ ୩୦୦ରୁ ଅଧିକ ଫିଲ୍ମ କରିଛନ୍ତି। ଆଶିଷ ଏହା ପୂର୍ବରୁ ପୁରୁଣା ଦିନର ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀ ବରୁଆଙ୍କୁ ବିବାହ କରିଥିଲେ। ତାଙ୍କ ବର୍ତ୍ତମାନ ପତ୍ନୀ ରୁପୀଲ ଆସାମ ଗୁୱାହାଟିର ହୋଇଥିବା ବେଳେ ଅପସ୍କେଲ୍ ଫେସନ ଷ୍ଟୋର କୋଲକାତା ସହ ସେ ଜଡ଼ିତ ଅଛନ୍ତି।

ଜୁନ ୨୯ ୧୯୬୨ ମସିହାରେ ଦିଲ୍ଲୀରେ ଜନ୍ମଲାଭ କରିଥିବା ଅଭିନେତା ଆଶିଷ ବିଦ୍ୟାର୍ଥୀ ତାଙ୍କର ସର୍ବାଧିକ ଫିଲ୍ମରେ ସେ ଭିଲିଆନ ଭୂମିକାରେ ଅଭିନୟ କରିଛନ୍ତି। ମୋଟ ୧୧ ଟି ଭାଷାରେ ପାଖାପାଖି ୩୦୦ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ୧୯୯୫ ମସିହାରେ ଡ୍ରୋଖାଲ ଫିଲ୍ମରେ ତାଙ୍କୁ ବେଷ୍ଟ ସପୋର୍ଟିଂ ଆକ୍ଟର ପାଇଁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା।

Ashish Vidyarthi Family Photos with Wife, Son & Biography - YouTube
ଆଶିଷ ବିଦ୍ୟାର୍ଥୀଙ୍କ ପୂର୍ବତନ ପତ୍ନୀ ରାଜୋଶୀ ଓ ତାଙ୍କ ପୁଅ ଅର୍ଥ

ଆଶିଷ ବିଦ୍ୟାର୍ଥୀଙ୍କ ପୂର୍ବତନ ସ୍ତ୍ରୀ ରାଜୋଶୀଙ୍କ ଠାରୁ ଏକ ପୁଅ ବି ଅଛି। ତାଙ୍କ ନାଁ ଅର୍ଥ ବିଦ୍ୟାର୍ଥୀ। ସେ ବର୍ତ୍ତମାନ ଆମେରିକାରେ ରହି ପାଠ ପଢୁଥିବା ବେଳେ ବାପାଙ୍କ ବିବାହରେ ସେ ରାଜି ହୋଇଥିଲେ। ଅର୍ଥ ବାପାଙ୍କ ପରି ଜଣେ ଅଭିନେତା ହେବାକୁ ଚାହାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.