ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ପ୍ରଖ୍ୟାତ ଗାୟିକା ବାଣୀ ଜୟରାମଙ୍କ ପରଲୋକ; ପଦ୍ମ ଭୂଷଣ ସମ୍ମାନ ପାଇଁ ନିକଟରେ ନାଁ ଘୋଷଣା କରିଥିଲେ ସରକାର

4/02/2023 at 4:09 PM

ଚେନ୍ନାଇ: ପ୍ରଖ୍ୟାତ ଗାୟିକା ବାଣୀ ଜୟରାମଙ୍କ ପରଲୋକ। ଶନିବାର(ଫେବ୍ରୁଆରୀ ୪) ଚେନ୍ନାଇ ସ୍ଥିତ ବାସଭବନ ନୁଙ୍ଗମ୍ବକ୍କମରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ୭୮ ବର୍ଷୀୟ ଗାୟିକାଙ୍କ ହଠାତ୍ ବିୟୋଗ ସାରା ଦେଶକୁ ଶୋକ ସାଗରରେ ବୁଡ଼ାଇ ଦେଇଛି। ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହଁ।

ଗଣତନ୍ତ୍ର ଦିବସ ଅବସରରେ ଜାନୁଆରୀ ୨୫ ତାରିଖରେ ବାଣୀ ଜୟରାମଙ୍କୁ ପଦ୍ଣ ଭୂଷଣ ପୁରସ୍କାର ପାଇଁ ମନୋନୀତ କରିଥିଲେ କେନ୍ଦ୍ର ସରକାର। ଏହାପରେ ବାଣୀଙ୍କ ପାଖକୁ ଛୁଟିଥିଲା ଫ୍ୟାନ୍‌ଙ୍କ ସୁଅ। ସୋସିଆଲ୍ ମିଡିଆରେ ବାଣୀ ଜୟରାମଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ୟାନ୍। ହେଲେ ପୁରସ୍କାର ସମ୍ମାନିତ ହେବା ପୂର୍ବରୁ ତାଙ୍କର ପରଲୋକ ଅତ୍ୟନ୍ତ ଦୁଃଖଦ ଖବର।

ବାଣୀ ଜୟରାମ ତାଙ୍କ କ୍ୟାରିୟରେ ୧୦ ହଜାରରୁ ଅଧିକ ଗୀତ ରେକର୍ଡିଂ କରିଛନ୍ତି। ହିନ୍ଦୀ, ଓଡିଆ, ତେଲଗୁ, ତାମିଲ ଆଦି ଅନେକ ଭାଷାରେ ଗୀତ ଗାଇଛନ୍ତି ବାଣୀ। ସୂଚନା ଥାଉକି ବାଣୀଙ୍କ ସ୍ୱାମୀ ଜୟରାମ ୨୦୧୮ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ବାଣୀ ଏକ ଶାସ୍ତ୍ରୀୟ ସଂଗୀତ କଳାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ତାମିଲର ପ୍ରଖ୍ୟାତ ଲେଖକ ଦୁରାଇସାମୀ ଆୟଙ୍ଗର ଏବଂ ମାଆଙ୍କ ନାଁ ପଦ୍ମବତୀ। ୧୯୭୧ରୁ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିବା ବାଣୀ ୫ ଦଶନ୍ଧୀ ଧରି କଣ୍ଠଶିଳ୍ପୀ ଭାବେ ନିଜର ପ୍ରଭାବ ବିସ୍ତାର କରିଥିଲେ।  

ବାଣୀ ତାଙ୍କ ମ୍ୟୁଜିକ୍ କ୍ୟାରିୟରରେ ୧୯ଟି ଭାଷାରେ ଗୀତ ଗାଇଛନ୍ତି। ତାଙ୍କର କୃତିତ୍ୱ ପାଇଁ ସେ ଆଞ୍ଚଳିକ ଓ ଜାତୀୟ ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି। ୧୯୭୧ରେ ମୁକ୍ତିଲାଭ କରିଥିବା ଗୁଡ୍ଡୀ ଫିଲ୍ମରେ ତାଙ୍କୁ ପ୍ରଥମ ବ୍ରେକ୍‌ ମିଲିଥିଲା। ବାଣୀ ଏମ୍‌ଏସ୍‌. ବିଶ୍ୱନାଥନ, କେଭି, ମହାଦେବନ, ଚକ୍ରବର୍ତ୍ତୀ, ଇଲୟରାଜା ଏବଂ ସତ୍ୟମ ଆଦି କିମ୍ବଦନ୍ତୀ ସଂଗୀତ ନିର୍ଦ୍ଦେଶକଙ୍କ ସହ କାମ କରୁଛନ୍ତି।

   Related Posts