ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା, ଦଳ ଛାଡ଼ିଲେ ବରିଷ୍ଠ ନେତା ଦେବାଶିଷ ନାୟକ

Published By : Prameya-News7 Bureau | February 25, 2024 IST

ଭୁବନେଶ୍ଵର:  ନିର୍ବାଚନ ପୂର୍ବରୁ ଶାସକ ବିଜୁ ଜନତା ଦଳ(ବିଜେଡି)କୁ ଲାଗିଛି ଜୋରଦାର ଝଟକା। ଦଳ ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ରବିବାର ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦେବାଶିଷ ଇସ୍ତଫା ପତ୍ର ଦେଇଛନ୍ତି। ଦେବାଶିଷ ନାୟକ ବରିରୁ କ୍ରମାଗତ ୪ ଥର ନିର୍ବାଚନ ଜିତିଛନ୍ତି। ସେ କେଉଁ ଦଳରେ ଯୋଗ ଦେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ତେବେ ବିଜେପିରେ ସାମିଲ୍ ହେବାର ସମ୍ଭାବନା ଥିବା କୁହାଯାଉଛି।

wp:heading {"level":4}

Also read- ବୈଠକରେ କାନ୍ଦିଲେ ବିଧାୟକ: କହିଲେ ଏଇଠି ଜଳିଛି ଏନ୍ତୁଡି, ଏଇଠି ଜଳିବ ଜୁଇ

/wp:heading

ଗତ କିଛି ବର୍ଷ ହେବ ଦେବାଶିଷ ନାୟକ ଦଳରେ ଏକଘରିଆ ଓ କଣଠେସା ହୋଇ ରହିଥିଲେ। ଦଳରେ ତାଙ୍କର ସକ୍ରିୟତା ମଧ୍ୟ ଦେଖିବାକୁ ମିଳୁନଥିଲା। ଫଳରେ ସେ ଦୀର୍ଘ ସମୟ ଧରି ଅସନ୍ତୁଷ୍ଟ ଥିଲେ। ତାଙ୍କ ଦଳ ଛାଡ଼ିବା ନେଇ କେବେଠୁ କଳ୍ପନା ଜଳ୍ପନା ଲାଗି ରହିଥିଲା। ଆଉ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ନାୟକ। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ଦିନ ଥିଲା ଦେବାଶିଷ ବିଜେଡିର ଜଣେ ଟାଣୁଆ ଓ ପ୍ରଭାବଶାଳୀ ନେତା ଥିଲେ। ସେ ନବୀନ ପଟ୍ଟନାୟକ ସରକାରରେ ଅନେକ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ।

ଯାଜପୁର ଜିଲ୍ଲାର ବରି ନିର୍ବାଚନ ମଣ୍ଡଲୀରେ ଦେବାଶିଷଙ୍କ ଦବଦବା ରହିଛି। ସେ କ୍ରମାଗତ ୪ ଥର ଏଠାରୁ ନିର୍ବାଚନ ଜିତି ନିଜର ପତିଆରା ଜାହିର କରି ଆସିଛନ୍ତି। ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ନିର୍ବାଚନ ଜିତିଥିଲେ ସୁଦ୍ଧା ୨୦୧୯ ନିର୍ବାଚନରେ ବରିରୁ ବିଜେଡି ତାଙ୍କୁ ଟିକେଟ୍ ଦେଇ ନ ଥିଲା। ତାଙ୍କ ସ୍ଥାନରେ ବରି ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏହା ପରଠୁ ଦେବାଶିଷ ଅସନ୍ତୁଷ୍ଟଥିଲେ, ଯାହାର ପ୍ରତିକ୍ରିୟା ଆଜି ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.