ଭଦ୍ରକ ୪|୧୧: ଦୈତାରୀ ପଣ୍ଡା , ଓଡିଆ ଯାତ୍ରା ଜଗତର ଟାଇଗର । ଜଣେ ଲୋକପ୍ରିୟ ଅଭିନେତା । ତାଙ୍କ ପୁତ୍ର ବଧୁଙ୍କ ଯୌତୁକ ନିର୍ଯ୍ୟାୟତନା ମାମଲରେ ସେ ଖୁବ୍ ଚର୍ଚ୍ଚାରେ ଥିଲେ । ଆଉ ଏବେ , ରଙ୍ଗ ମଂଚର ଜଣେ ନାମୀ ଅଭିନେତ୍ରୀ ଲତା ମଣ୍ଡଳ କହିଛନ୍ତି - ଦୈତାରୀ ପଣ୍ଡା ତାଙ୍କ ସ୍ବାମୀ ବୋଲି । ତାଙ୍କ 23 ବର୍ଷର ଜଣେ ପୁଅ ବି ଅଛନ୍ତି । ତବେ ସ୍ବାମୀ ଏବେ ଆଉ ତାଙ୍କ ପାଖକୁ ଆସୁ ନାହାଁନ୍ତି କି କିଛି ବୁଝୁ ନାହାଁନ୍ତି । ଆଉ ତାଙ୍କ ପୁଅ , କବେ ବି ତା ବାପାଙ୍କଠୁ ସ୍ନେହ ପାଇଲା ନାହିଁ ବୋଲି କହିଛନ୍ତି ଲତା ।

ଲତା ମଣ୍ଡଳ, ତାରିଣୀ ଗଣନାଟ୍ୟର ନାଟକ- ‘ଜୀଅନ୍ତା ଶବ’ର ସଫଳ ନାୟିକା । ଏହି ନାଟକ ଦର୍ଶକଙ୍କ ନିକଟରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଦୈତାରୀ ପଣ୍ଡାଙ୍କୁ ସେହି ନାଟକ ମଧ୍ୟ ଜବରଦସ୍ତ ପରିଚୟ ଦେଇଥିଲା । ସେହିଠୁ କାଳେ ଆରମ୍ଭ ହୋଇଥିଲା ଦୁହିଂକ ମଧ୍ୟରେ ପ୍ରେମ , ଆଉ ତା ପରେ ବିବାହ ।

ଲମ୍ବା ୧୪ ବର୍ଷର ଦାମ୍ପତ୍ୟ ଇନିଂସ । ଦୁଇଟି ପିଲାର ମାଆ ବି ହଲେ ଲତା । ବଡ ପୁଅ ମରି ଯାଇଛି । ଆଉ ସାନ ପୁଅ ସୋମନାଥକୁ ଏବେ ୨୩ ବର୍ଷ । ପିଲାଟି ବଳେ ବାପା ଦାତାରୀଙ୍କ ସହ ଗୋଟିଏ ଫଟୋ ହିଁ ତାହାର ସ୍ମୃତି । ହେତୁ ହେଲା ଦିନରୁ , ସେ ବାପାର ସ୍ନେହ ଟିକେ ପାଇନି । ପାଠ ପଢିବା ବଳେ ସାଙ୍ଗମାନେ ପଚାରନ୍ତି-ତା ବାପା କାହିଁକି ଆସୁ ନାହାଁନ୍ତି ବୋଲି ।

ଲତା କହନ୍ତି ସେ କବେ ବି ମଥାରେ ଟିକିଲି ମାରନ୍ତି ନାହିଁ । ସ୍ବବୁବେଳେ ସ୍ବାମୀ ଦୈତାରୀଙ୍କ ନାଁରେ ସିନ୍ଦୁର ପିନ୍ଧନ୍ତି । ଆଉ ରାତି ପାହିଲେ , ସେ ସବୁଦିନେ ସ୍ବାମୀ ଦୈତାରୀ ପଣ୍ଡାଙ୍କୁ ଦୂରରେ ଥାଇ ବି ପ୍ରଥମେ ମୁଣ୍ଡିଆ ମାରନ୍ତି । ଅଭିମାନ ଛଳ ଛଳ ଆଖିରେ ଅନେକ କିଛି କହନ୍ତି ସ୍ବାମୀଙ୍କ ସମ୍ପର୍କରେ । ତବେ ସୋମନାଥଙ୍କ ଭଳି ଗୋଟେ ଭେଣ୍ଡିଆ ପୁଅକୁ ତା ସ୍ବାମୀ ତାଙ୍କୁ ଉପହାର ଦେଇଛନ୍ତି ବୋଲି ସେ ଥରିଲା ଥରିଲା ଓଠରେ କହି ନିଜକୁ ନିଜେ ବୋଧ କରାନ୍ତି ।

ସାର୍ଟିପିକେଟ ଓ ଆଧାର କାର୍ଡ, ସବୁଥିରେ ବାପାଙ୍କ ନାଁ ରହିଛି ଦୈତାରୀ ପଣ୍ଡା । ବ୍ରତ ଘର ହେଉ କି ମନ୍ଦିର ପ୍ରତିଷ୍ଠା, ସବୁବଳେ ଲତା ସ୍ବାମୀ ଦୈତାରୀ ପଣ୍ଡାଙ୍କୁ ଡାକିଛନ୍ତି । ତବେ ସେ ତାଙ୍କ ପ୍ରଥମ ପତ୍ନୀଙ୍କ ଭୟରେ ଆସନ୍ତି ନାହିଁ ବୋଲି ଦୁଃଖର ସହ ପ୍ରକାଶ କରିଛନ୍ତି ଲତା ।

ହେଲେ ଦୈତାରୀ ପଣ୍ଡା କିନ୍ତୁ ଏବେ କହିଛନ୍ତି ଯେ, ସେ ଲତାଙ୍କୁ ଜାଣନ୍ତି ନାହିଁ । ଅବଶ୍ୟ କହୁ କହୁ କହିଦେଇଛନ୍ତି ଯେ, ଏତେ ଲମ୍ବା ଯାତ୍ରାଜୀବନ କେତେବେଳେ କାହା ସହ ସମ୍ପର୍କ ତାକୁ ମନେ ରଖିବା ସମ୍ଭବ ନୁହେଁ ।