ଜଟଣୀରୁ ଖାତା ଖୋଲିଲା କଂଗ୍ରେସ,ଜିତିଲେ ସୁରେଶ ରାଉତରାୟ

Published By : Prameya-News7 Bureau | May 23, 2019 IST

ଭୁବନେଶ୍ବର୨୩|୫: ଚଳିତସାଧାରଣ ନିର୍ବାଚନରେ ଜଟଣୀ ବିଧନସଭା ନିର୍ବାଚନ ମଣ୍ଡଳିରୁ ଖାତା ଖୋଲିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ପରାସ୍ତ କରିଛନ୍ତି । ବିଭୂତିଙ୍କୁ ୪୯ ହଜାର ୨୭୧ଟି ଭୋଟ ମିଳିଥିବା ବେଳେ ସୁରେଶ ରାଉତରାୟ ୫୬ ହଜାର ୫୪ଟି ଭୋଟ ପାଇଛନ୍ତି।

{"id":115231}

ଏଠାରେ ଶାସକ ଦଳ ବିଧାୟକ ପ୍ରାର୍ଥୀଙ୍କୁ ବିଜେପି ମଧ୍ୟ କଡା ମୁକାବିଲା କରିଥିଲା। ବିଜେପିର ବିଶ୍ବରଞ୍ଜନ ବଡଜେନା ୨୦ହଜାର ୭୨୭ଟି ଭୋଟ ପାଇତୃତୀୟ ସ୍ଥାନରେ ରହିଛନ୍ତି। ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳିରେ ବହୂଜନ ସମାଜ ପାର୍ଟିର ବସନ୍ତ କୁମାର ନାୟକ, ତୃଣମୂଳ କଂଗ୍ରେସର ଜଦୁମଣି ପ୍ରଧାନ ମଧ୍ୟପ୍ରତିଦ୍ବନ୍ଦ୍ବିତା କରୁଥିଲେ। ତେବେ ନିର୍ବାଚନମଣ୍ଡଳିରେ ୧ହଜାର ୩୧ଟି ଭୋଟ ନୋଟାରେ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.