vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କ ଦେହାନ୍ତ, ଦୁଇ ଦୁଇଟି ବିବାହ ସତ୍ତ୍ବେ ବ୍ୟକ୍ତିଗତ ଜୀବନରେ ଥିଲେ ସଂପୂର୍ଣ୍ଣ ଏକଲା

15/08/2019 at 4:29 PM

ମୁମ୍ବାଇ ୧୫|୮: ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ୭୨ ବର୍ଷ ବୟସରେ ପରଲୋକ ହୋଇଛି । ସେ ମୁମ୍ବାଇର ସିଟି କେୟାର ହସ୍ପିଟାଲରେ ଭର୍ତି ହୋଇଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଅଭିନେତ୍ରୀଙ୍କର ହାର୍ଟ ଏବଂ ଫୁସଫୁସ ଜନିତ ରୋଗ ଥିଲା । ବିଦ୍ୟା ଶେଷ ଥର ପାଇଁ ‘କୁଲଫି କୁମାର ବାଜେଓ୍ବାଲା’ ଧାରାବାହିକରେ ନଜର ଆସିଥିଲେ । ଏହି ଧାରାବାହିକରେ ସେ ସିକନ୍ଦରଙ୍କ ମା’ଙ୍କ ଅଭିନୟ କରିଥିଲେ ।

ବିଦ୍ୟା ସିହ୍ନା ୧୯୪୭ ମସିହା ନଭେମ୍ବର ୧୫ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ମାତ୍ର  ୧୮ବର୍ଷ ବୟସରେ କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମ ଏବଂ ଟେଲିଭିଜନରେ ଅଭିନୟ କରିବା ପୂର୍ବରୁ ବିଦ୍ୟା ମଡେଲିଂ କରୁଥିଲେ । ସେ ମିସ୍ ବମ୍ବେ ମୁକୁଟ ମଧ୍ୟ ପିନ୍ଧିଥିଲେ । ବିଦ୍ୟା ବହୁ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ଏଗୁଡିକ ମଧ୍ୟରେ ରଜନୀଗନ୍ଧା, ହଓ୍ବସ, ଛୋଟି ସି ବାତ୍, ମେରା ଜୀବନ, ଇନକାର, ଜୀବନ ମୁକ୍ତ, କିତାବ, ପତି ପତ୍ନୀ ଔର ଓ୍ବ, ତୁହ୍ମାରେ ଲିୟେ, ସବୁତ ରହିଛି । ସଞ୍ଜିବ କୁମାରଙ୍କ ସହ ତାଙ୍କର ଗୀତ ‘ଥଣ୍ଡେ ଥଣ୍ଡେ ପାନି ସେ ନାହାନା ଚହିୟେ’ ବେସ୍ ଚର୍ଚ୍ଚିତ ଥିଲା ।

ଫିଲ୍ମ ବ୍ୟତୀତ ବିଦ୍ୟାଙ୍କର ଟେଲିଭିଜନ ଇଣ୍ଡଷ୍ଟ୍ରି ସହ ମଧ୍ୟ ନିବିଡ ସଂପର୍କ ଥିଲା । ବିଦ୍ୟା କାବ୍ୟାଞ୍ଜଳି, ଜାରା, ନିମ୍ ନିମ୍ ସହଦ ସହଦ, କୁବୁଲ ହୈ, ଇସ୍କ କା ରଙ୍ଗ୍ ସଫେଦ ଏବଂ ଚନ୍ଦ୍ର ନନ୍ଦିନୀ ରେ ଅଭିନୟ କରିଛନ୍ତି ।

ବିଦ୍ୟାଙ୍କ ବ୍ୟକ୍ତିଗତ ଜୀବନ ଦୁଃଖଦ ରହିଥିଲା । ବିଦ୍ୟା ଭେଙ୍କଟେଶ୍ବର ଆୟରଙ୍କୁ ୧୯୬୮ ମସିହାରେ ବିବାହ କରିଥିଲେ । ଭେଙ୍କଟେଶ୍ବର ତାମିଲ ବ୍ରାହ୍ମଣ ଥିଲେ । ବିଦ୍ୟା ଏବଂ ଭେଙ୍କଟେଶ୍ବର ୧୯୮୯ ମସିହାରେ ଜଣେ କନ୍ୟାଙ୍କୁ ପୋଷ୍ୟପୁତ୍ରୀ ଭାବେ ଗ୍ରହଣ କରିଥିଲେ । କନ୍ୟା ସନ୍ତାନର ନାଁ ସେ ଜାହ୍ନବୀ ରଖିଥିଲେ । ପୋଷ୍ୟପୁତ୍ରୀ ଗ୍ରହଣ କରିବାର କିଛି ବର୍ଷ ପରେ ହିଁ ତାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଥିଲା ।

ପରେ ବିଦ୍ୟା ନେତାଜୀ ଭିମରାଓଙ୍କୁ ୨୦୦୧ ମସିହାରେ ବିବାହ କରିଥିଲେ । ୨୦୦୯ ମସିହାରେ ସ୍ବାମୀ ନେତାଜୀ ଭିମରାଓଙ୍କ ବିରୋଧରେ ଅଭିଯୋଗ କରିଥିଲେ ବିଦ୍ୟା । ବିଦ୍ୟା ତାଙ୍କ ବିରୋଧରେ ଶାରିରୀକ ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ । ଏହା ପରେ ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଥିଲେ ।

   Related Posts