ଅଭିନେତ୍ରୀ ରୀତା ଭାଦୁଡିଙ୍କ ପରଲୋକ

Published By : Prameya-News7 Bureau | July 17, 2018 IST

ଅଭିନେତ୍ରୀ ରୀତା ଭାଦୁଡିଙ୍କ ପରଲୋକ ।ଆଜି ଭୋର ସମୟରେ ଏହି ଭେଟେରାନ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନମ ହେବ କିଡନୀ ଜନୀତ ରୋଗରେ ଆକ୍ରାନ୍ତ ଥିବା ଜଣାଯାଇଛି । ଷ୍ଟାର ଭାରତର ନିମକି ମୁଖିଆ ତାଙ୍କ ଅଭିନୀତ ଶେଷ ଟିଭି ଶୋ ଥିଲା । ତେବେ ତିନି ଦଶନ୍ଧି ଧରି ଇଭିନୟ କରିଥିବା ରୀତା ଭାଦୁଡି ୭୦ ଟି ଚଳଚ୍ଚିତ୍ର ସହ ୩୦ ରୁ ଅଧିକ ଟିଭି ଶୋ ରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ସିନେମା ମଧ୍ୟରେ ରାଜା. ଜୁଲି, ବେଟା, ଦିଲ୍ ବିଲ୍ ପ୍ୟାର୍ ୟାର୍ ଆଦି ବେଶ୍ ସଫଳ ହୋଇଥିଲା । ଏହା ବ୍ୟତିତ ତାଙ୍କ ଅଭିନୀତ ସରାବୀ ଭର୍ସେସ୍ ସରାବୀ. ଛୋଟି ବହୁ,କୁମ୍ କୁମ୍,ଖିଚିଡି ଆଦି ବେଶ ଲୋକପ୍ରିୟ ହୋଇଥିଲା ।ଆଜି ଅପରାହ୍ନରେ ପାର୍ସିୱାଡାର ଶ୍ମାଶାନରେ ରୀତା ଭାଦୁଡିଙ୍କ ଶେଷ କୃତ୍ୟ ସଂପନ୍ନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.