କୋଣାର୍କରେ ବଲିଉଡ ଅଭିନେତା କବୀର ବେଦୀ ଓ ନୋବେଲ ବିଜେତା କାହାନ

Published By : Prameya-News7 Bureau | November 09, 2018 IST

କୋଣାର୍କ ୯|୧୧:  କୋଣାର୍କ ସୂର୍ଯ୍ୟ ମନ୍ଦିର କଳା ଓ ଭାସ୍କର୍ଯ୍ୟ ବୁଲି ଦେଖିଛନ୍ତି ବରିଷ୍ଠ ବଲିଉଡ ଅଭିନେତା କବୀର ବେଦୀ ଓ ନୋବେଲ ଶାନ୍ତି ପୁରସ୍କାର ବିଜେତା ମିଷ୍ଟର କାହାନ । କାହାନ ୧୯୮୫ ମସିହାରେ ଶାନ୍ତି ନୋବେଲ ପୁରସ୍କାର ପାଇଥିଲେ l କୋଣାର୍କ ମନ୍ଦିରରେ ପ୍ରଦର୍ଶିତ ହେଉଥିବା ଲାଇଟ ଆଣ୍ଡ ସାଉଣ୍ଡ ସୋ ପାଇଁ କୋଣାର୍କ ଇତିହାସକୁ ଇଂରାଜୀରେ ବର୍ଣ୍ଣନା କରିଛନ୍ତି କବୀର ବେଦୀ । କୋଣାର୍କରେ ମଧ୍ୟ ତାଙ୍କ ସ୍ତ୍ରୀଙ୍କ ମଧୁର ଅନୁଭୂତି ରହିଛି ବୋଲି କବୀର କହିଛନ୍ତି ।  କୋଣାର୍କ ମନ୍ଦିର ମଧ୍ୟମରେ ଓଡିଶାର କଳା , ସଂସ୍କୃତି ଓ ଭାସ୍କର୍ଯ୍ୟ ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି ବୋଲି ଉଭୟ କହିଛନ୍ତି l   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.