ଲୋକପ୍ରିୟ ଅଭିନେତା କୋଚୁ ପ୍ରେମନଙ୍କର ପରଲୋକ: ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ନେତା ଓ ସିନେଷ୍ଟାର୍‌ଙ୍କ ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | December 03, 2022 IST

ଥିରୁଭନନ୍ତପୁରମ: ମାଲାୟାଲମ ଫିଲ୍ମର ଲୋକପ୍ରିୟ ଅଭିନେତା କୋଚୁ ପ୍ରେମନଙ୍କର ପରଲୋକ ହୋଇଛି। ୬୮ ବର୍ଷ ବୟସରେ ଥିରୁଭନନ୍ତପୁରମର ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ଶ୍ୱାସକ୍ରିୟା ଜନିତ ସମସ୍ୟାରେ ସେ ପୀଡ଼ିତ ଥିଲେ କୋଚୁ ପ୍ରେମନ। ପତ୍ନୀ ଗିରିଜା ଓ ପୁଅ ପିଜି ହରିକୃଷ୍ଣନକୁ ଏକା ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଏହି ମହାନ ଅଭିନେତା।

କୋଚୁ ପ୍ରେମନଙ୍କର ବିୟୋଗରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସମେତ ବହୁ ବଡ଼ ବଡ଼ ନେତା ଓ ସିନେମା ଷ୍ଟାର୍ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଅପୂରଣୀୟ କ୍ଷତି ବୋଲି କହିବା ସହିତ ଦିମ୍ବଗତ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

୨୫୦ରୁ ଅଧିକ ଫିଲ୍ମରେ କରିଥିଲେ ଅଭିନୟ
କୋଚୁ ପ୍ରେମନ ଥିଏଟରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୧୯୯୬ରେ 'ଦିଲୱାଲା ରାଜକୁମାରନ' ଫିଲ୍ମରେ ସେ ଡେବ୍ୟୁ କରିଥିଲେ। ହାସ୍ୟ ଅଭିନେତା ଭାବେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିବା ପ୍ରେମନ ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର କିଛି ପ୍ରମୁଖ ଫିଲ୍ମଗୁଡ଼ିକ ହେଲା-

ଗୁରୁ(୧୯୯୭), ଥେନାକାସୀପଟ୍ଟନମ(୨୦୦୨), ପାପ୍ପି ଉପଚା (୨୦୧୦) ଓ ଲିଳା (୨୦୧୬) ଆଦି। ଶେଷଥର ପାଇଁ ତାଙ୍କୁ ୨୦୨୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ଓରୁ ପାପଡ଼ାବାଡ଼ ପ୍ରେମମ୍‌ରେ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.