ଅଭିନେତା ଦିଲ୍ଲୀପ କୁମାରଙ୍କ ୨ ଭାଇ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
16/08/2020 at 7:04 PM

ମୁମ୍ବାଇ ୧୬।୮: ଭେଟେରାନ ବଲିଉଡ୍ ଅଭିନେତା ଦିଲ୍ଲୀପ କୁମାରଙ୍କ ୨ ସାନଭାଇ ଏହସାନ ଖାନ୍ ଓ ଅସ୍ଲମ ଖାନ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିବା ବେଳେ ସେମାନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ରବିବାର ଜଣାପଡିଛି।

ଦିଲ୍ଲୀପ କୁମାରଙ୍କ ଭାଇ ଏହସାନଙ୍କ ବୟସ ୯୦ ବର୍ଷ ହୋଇଥିବା ବେଳେ ଅସ୍ଲମଙ୍କୁ ୮୮ ବର୍ଷ ହୋଇଛି। ନିଶ୍ୱାସ ପ୍ରଶ୍ୱାସ ନେଇ ନ ପାରିବାରୁ ସେମାନଙ୍କୁ ଶନିବାର ବିଳମ୍ବିତ ରାତ୍ରିରେ ଲିଲାବତୀ ହସ୍ପିଟାଲକୁ ଅଣାଯାଇଥିଲା। ଏଠାରେ ସେମାନଙ୍କୁ ଡା. ଜଲିଲ ପାର୍କର ଚିକିତ୍ସା କରୁଛନ୍ତି। ଡା.ପାର୍କରଙ୍କ ଅନୁସାରେ ସେମାନେ ଶନିବାର ବିଳମ୍ବିତ ରାତ୍ରିରେ ହସ୍ପିଟାଲ ପହଞ୍ଚିବା ବେଳେକୁ ନିଶ୍ୱାସ ନେଇ ପାରୁନଥିଲେ। ସେମାନଙ୍କ ଶରୀରରେ ଅକ୍ସିଜେନ ସ୍ତର ମଧ୍ୟ ହ୍ରାସ ହେଉଥିଲା। ସେମାନଙ୍କୁ ପ୍ରଥମ ନନ୍ ଇନଭେସିଭ ଭେଣ୍ଟିଲେଟରରେ ରଖା ଯାଇ କରୋନା ପରୀକ୍ଷଣ କରିବା ବେଳେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ରବିବାର ସ୍ୱଭାବିକ ଥିବା ଦେଖାଯାଇଥିଲେ ହେଁ ସେମାନଙ୍କୁ ଭେଣ୍ଟିଲେଟରରୁ କଢାଯାଇନି।
I urge you to #StayHomeSaveLives during this #COVID19pandemic
— Dilip Kumar (@TheDilipKumar) April 1, 2020
Dawa bhi, dua bhi
Auron se faslaa bhi
Ghareeb ki khidmat
Kamzor ki seva bhi
दवा भी दुआ भी
औरों से फासला भी
ग़रीब कि खिदमत
कमज़ोर कि सेवा भी
ଗତ ମାର୍ଚ୍ଚ ମାସରେ ୯୭ ବର୍ଷ ବୟସ୍କ ଦିଲ୍ଲୀପ କୁମାର ଏକ ଟ୍ୱିଟ୍ ପୋଷ୍ଟ କରିଥିଲେ। ଏଥିରେ ଦିଲ୍ଲୀପ କୁମାର ଓ ତାଙ୍କ ପତ୍ନୀ ସାୟରା ବାନୋ ପୃଥକବାସରେ ରହୁଥିବା ସୂଚିତ କରିଥିଲେ। କରୋନା ଭାଇରସ ମହାମାରୀ ଲାଗି ସେମାନେ ଅଲଗ ଅଲଗା ରହୁଥିବା ଜଣାଇଥିଲେ।