ପ୍ରସିଦ୍ଧ ବଙ୍ଗଳା ହାସ୍ୟ ଅଭିନେତା ଚିନ୍ମୟ ରାୟଙ୍କ ପରଲୋକ

Published By : Prameya-News7 Bureau | March 18, 2019 IST

କୋଲକାତା ୧୮/୩: ପ୍ରସିଦ୍ଧ ବଙ୍ଗଳା ହାସ୍ୟ ଅଭିନେତା ଚିନ୍ମୟ ରାୟଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ତାଙ୍କ ଦମଦାର ହାସ୍ୟ ଅଭିନୟ ପାଇଁ ତାଙ୍କୁ ଜଣାଯାଉଥିଲା। ତାଙ୍କୁ ମୃତ୍ୟୁବେଳକୁ ୭୯ବର୍ଷ ହୋଇଥିଲା।

{"id":94749,"width":597,"height":349}

ଗତକାଲି ରାତି ପ୍ରାୟ ୧୦:୨୦ମିନିଟରେ କୋଲକାତାର ସଲ୍ଟ ଲେକ୍ ସ୍ଥିତ ଚିନ୍ମୟଙ୍କ ପରଲୋକ ହୋଇଛି। ୧୯୪୦ମସିହାରେ କୋମିଲ୍ଲାରେ(ବର୍ତ୍ତମାନ ବାଙ୍ଗଲାଦେଶରେ ଥିବା) ଜନ୍ମ ହୋଇଥିବା ଚିନ୍ମୟ ୧୯୬୬ରେ ତପନ ସିହ୍ନାଙ୍କ ଫିଲ୍ମ ‘ଗଲ୍ପ ହୋଲେ ଓ ସୋତ୍ତି’ ଫିଲ୍ମରୁ ଡେବ୍ୟୁ କରିବା ପୂର୍ବରୁ ବଙ୍ଗଳା ଗ୍ରୃପ ଥିଏଟରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

{"id":94750,"width":593,"height":388}

ସେ ‘ବସନ୍ତ ବିଲାପ’,‘ଧନ୍ବି ମେ’,‘ନନିଗୋପାଲେର ବିୟେ’,‘ମୈାଚକ’ ଏବଂ ‘ସୁବର୍ଣୋ ଗୋଲୋକ’ ଭଳି ଫିଲ୍ମରେ ଦମଦାର ହାସ୍ୟ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ। ସେ ସତ୍ୟଜିତ ରାୟଙ୍କ ‘ଗୁପି ଗାଇନେ ବାଘା ବାଇନେ’ରେ ମଧ୍ୟ କାମ କରିଥିଲେ।  

{"id":94751,"width":590,"height":332}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.