ସାଉଥ୍ ସିନେମାର ବରିଷ୍ଠ ଅଭିନେତା ଚଲପତି ରାଓଙ୍କ ପରଲୋକ, ୬୦୦ରୁ ଅଧିକ ଫିଲ୍ମରେ କରିଥିଲେ ଅଭିନୟ
25/12/2022 at 4:47 PM

ହାଇଦ୍ରାବାଦ: ସାଉଥ୍ ଫିଲ୍ମ ଉଦ୍ୟୋଗର ବରିଷ୍ଠ ଅଭିନେତା ଚଲପତି ରାଓଙ୍କ ପରଲୋକ ହୋଇଛି । ଶନିବାର ରାତିରେ ତାଙ୍କ ୭୮ ବର୍ଷ ବୟସରେ ନିଧନ ହୋଇଛି । ଅଭିନେତା ଚଲପତିଙ୍କ ପରିବାର ରବିବାର ସକାଳେ ତାଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି । ଚଲପତି ରାଓଙ୍କ ବିୟୋଗରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଚଲପତି ରାଓ ୬୦୦ରୁ ଅଧିକ ଫିଲ୍ମରେ ବିଭିନ୍ନ ଭୂମିକାରେ ଅଭିୟନ କରି ନିଜର ଅଭୁଲା ଛାପ ଛାଡିଛନ୍ତି । ଚଲପତିଙ୍କ ପୁଅ ରବି ବାବୁ ମଧ୍ୟ ଟଲିଉଡରେ ଅଭିନେତା, ନିର୍ଦ୍ଦେଶକ ଏବଂ ନିର୍ମାତା ।
ରିପୋର୍ଟ ଅନୁସାରେ ତେଲୁଗୁ ଅଭିନେତା ତମ୍ମାରେଡ୍ଡୀ ଚଲପତି ରାଓଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ବଞ୍ଜାରା ହିଲ୍ସ ସ୍ଥିତି ବାସଭବନରେ ତାଙ୍କର ପରଲୋକ ହୋଇଛି । କେମଡି ଏବଂ ଖଳନାୟକ ଭୂମିକାରେ ଅଭିନୟ ଦର୍ଶକଙ୍କ ମଧ୍ୟରେ ଏକ ଅଲିଭା ଛାପ ଛାଡିଯାଇଛି । ଗତ ପାଞ୍ଚ ଦଶନ୍ଧିରୁ ଅଧିକ ବର୍ଷ ଧରି ସେ ଶୀର୍ଷ ଅଭିନେତାଙ୍କ ତିନି ପିଢି ସହ ଅଭିନୟ କରିଥିଲେ ।