କରୋନା ମୁକାବିଲାରେ ଆଗକୁ କଠିନ ସମୟ: ୪ ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ

Published By : Prameya-News7 Bureau | June 16, 2020 IST

ଜୟପୁର୧୬/୬: କରୋନା ମୁକାବିଲା ପାଇଁ ଆଗାମୀ ୪ ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଜିଠାରୁ ଘର ଘର ବୁଲି ଆଶା କର୍ମୀ ଓ ANM ଦିଦି କରୋନା ଲକ୍ଷଣ କାହାର ଅଛିକି ନାହିଁ ତାହା ଯାଞ୍ଚ କରିବେ। ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ଜୟପୁର ସହର ଓ ଏହାର ଆଖ ପାଖ କିଛି ଗାଁରେ ଘର ଘର ବୁଲି ଆଶା କର୍ମୀ, ଅଙ୍ଗନବାଡି କର୍ମୀଙ୍କ ସହ ANM ଦିଦି ଲୋକଙ୍କ ପାଖରେ କରୋନା ଲକ୍ଷଣ ଅଛି କି ନାହିଁ ତାହା ଯାଞ୍ଚ କରିଛନ୍ତି। ଏମାନେ ସକାଳୁ ସକାଳୁ ଜୟପୁର ସହରର ଧୋବା ସାହିର କଣ୍ଟେନମେଣ୍ଟ ଜୋନ ସମେତ ବି.ମାଳିଗୁଡା ଗ୍ରାମରେ କାହାର ଲକ୍ଷଣ ଅଛି କି ନାହିଁ ତାହା ଯାଞ୍ଚ କରିଥିଲେ।ସହରରେ ଏଥିପାଇଁ ମୋଟ ୮ଜଣ ANMଙ୍କ ସମେତ ୬ଜଣ ଆଶା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ତେବେ ସ୍ବାସ୍ଥ୍ୟ ବିଭାଗର ବୈଠକ ବସିବା ପରେ ଏହି ନେଇ ପୁରା ରୂପରେଖ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଆଶା କର୍ମୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.