previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ରାଶି ପରିବର୍ତ୍ତନ କରିବେ ଶୁକ୍ର, ମିଥୁନରୁ କର୍କଟ ରାଶିରେ କରିବେ ପ୍ରବେଶ

24/08/2020 at 4:56 PM

ଭୁବନେଶ୍ବର ୨୪।୮: କର୍କଟ ରାଶିରେ ଶୁକ୍ର ଗ୍ରହର ପ୍ରବେଶ ସମସ୍ତ ୧୨ ରାଶିଗୁଡିକୁ ପ୍ରଭାବିତ କରିବ ମାତ୍ର କର୍କଟ ରାଶିରେ ଶୁକ୍ରର ଅଧିକ ପ୍ରଭାବ ପଡିବ । ଶୁକ୍ରଙ୍କୁ ଆର୍ଟ ଏବଂ କ୍ରିଏଟିଭିଟିର କାରକ ବୋଲି ଧରାଯାଇଥାଏ । ସେହିଭଳି ଶୁକ୍ରର ସଂପର୍କ ଲକଜୁରୀ ଲାଇଫଷ୍ଟାଇଲ ସହ ମଧ୍ୟ ରହିଛି ।

ପାଞ୍ଜି ଅନୁସାରେ ଶୁକ୍ର ଗ୍ରହ ସେପ୍ଟେମ୍ବର ୧ ତାରିଖ ଦିନ ୨ଟା ୨ମିନିଟ୍ ରେ ମିଥୁନ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବେ । ଶୁକ୍ର କର୍କଟ ରାଶିରେ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବେ । କର୍କଟ ରାଶିରୁ ପୁଣି ସିଂହ ରାଶିରେ ଗୋଚର ହେବେ ଶୁକ୍ର ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହକୁ ଏକ ମହତ୍ବପୂର୍ଣ୍ଣ ଗ୍ରହ ଭାବେ ବିବେଚନା କରାଯାଇଥାଏ । ଜନ୍ମ କୁଣ୍ଡଳୀରେ ଶୁକ୍ର ରାଶି ଯଦି ଶୁଭ ହୁଏ ତେବେ ବ୍ୟକ୍ତିଙ୍କୁ ବୈଭବ ପ୍ରଦାନ କରିଥାଏ । ଶୁଭ ଶୁକ୍ର ଜୀବନରେ ସୁଖ, ସମୃଦ୍ଧି ଏବଂ ବିଳାସବେସନ ଆଣିଥାଏ । ସେହିପରି ଶୁକ୍ର ଯେତେବେଳେ ଅଶୁଭ ହୁଏ ସେତେବେଳେ ବ୍ୟକ୍ତିଙ୍କୁ ରୋଗ, ବିଫଳତା ଏବଂ ସୁଖରେ ବିଘ୍ନ ଘଟେ ।

ଶିଭ ଶୁକ୍ର ବ୍ୟକ୍ତି କଳା କ୍ଷେତ୍ରରେ ନିପୂଣ ହୋଇଥାନ୍ତି । ଶୁକ୍ର ପ୍ରଧାନ ବ୍ୟକ୍ତି ମନୋରଞ୍ଜନ କ୍ଷେତ୍ରରେ ନାଁ କରିଥାନ୍ତି । ଶୁକ୍ର ବ୍ୟକ୍ତିଙ୍କୁ ମିଡିଆ, ଫିଲ୍ମ, ସଙ୍ଗୀତ, ଫ୍ୟାଶନ ଆଦିରେ ରୂଚି ଆସିଥାଏ ।

ଶୁକ୍ର ଗୋଚର କର୍କଟ ରାଶି ଉପରେ ସମ୍ପୂର୍ଣ୍ଣ ପ୍ରଭାବ ପକାଇଥାଏ । କର୍କଟ ରାଶିରେ ଶୁକ୍ର ଗୋଚର ହେବା ଦ୍ବାରା କର୍କଟ ରାଶିର ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ବିଶେଷ ସଫଳତା ମିଳିବ । ଶୁକ୍ରର ଗୋଚର ନୂଆ ଦାୟିତ୍ବ ପ୍ରଦାନ କରି । ଫ୍ୟାଶନ ଉତ୍ପାଦର ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ବିଶେଷ ଲାଭ ମିଳିବ ।

ଶୁକ୍ର ଗୋଚର ଫଳରେ କର୍କଟ ରାଶିର ବ୍ୟକ୍ତିମାନେ ପରିବାର ସହ ଭଲ ସମୟ ଅତିବାହିତ କରିବେ । ପରିବାରର ଲୋକଙ୍କ ଭଲପାଇବା ମିଳିବ । ଶୁକ୍ର ଗୋଚର ସମୟରେ ପରିବାରର ଆବଶ୍ୟକତାର ପୂରା ଧ୍ୟାନ ରଖିବେ । ଶୁକ୍ର ଗୋଚର ସମୟକାଳରେ ପରିବାରର ଚିନ୍ତାରୁ ମୁକ୍ତ ରହିବେ ।

ଏହି ସମୟରେ କର୍କଟ ରାଶିର ବ୍ୟକ୍ତିଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଏଥିପାଇଁ ଧ୍ୟାନ ରଖନ୍ତୁ । ସ୍ବଚ୍ଛତାର ଧ୍ୟାନ ରଖନ୍ତୁ । ଅନୁଶାସିତ ଜୀବନଶୈଳୀକୁ ଆପଣାନ୍ତୁ । ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିପାରେ ।

କର୍କଟ ରାଶିର ବ୍ୟକ୍ତିଙ୍କୁ ଶୁକ୍ରର ଗୋଚର ଲାଭଦାୟକ ହେବ । ମାତ୍ର କିଛି ଚିନ୍ତା ମଧ୍ୟ ଲାଗିରହିବ । ଏଥିପାଇଁ ଭଗବାନ ଗଣେଶଙ୍କ ପୂଜା ବିଶେଷ ଫଳ ପ୍ରଦାନ କରିବ । ଏଭଳି କରିବା ଦ୍ବାରା ଜୀବନରେ ସୁଖ ସୁବିଧାରେ କୌଣସି ସମସ୍ୟା ଉପୁଜିବନାହିଁ ।

   Related Posts