ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମିଥୁନ, ସିଂହ ସମେତ ଏହିସବୁ ରାଶି ପାଇଁ ଆଗାମୀ ୧୮ ଦିନ ଅତ୍ୟନ୍ତ ଶୁଭ: ମିଳିବ ଶୁକ୍ରଙ୍କ କୃପା

19/08/2021 at 8:32 PM

ଭୁବନେଶ୍ୱର ୧୯/୦୮ : ସେପ୍ଟେମ୍ବର ୬ ତାରିଖ ଯାଏଁ ଶୁକ୍ର କନ୍ୟା ରାଶିରେ ବିରାଜମାନ କରିବେ। ଜ୍ୟୋତିଷଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ଭୌତିକ ସୁଖ, ବୈବାହିକ ସୁଖ, ଭୋଗ-ବିଳାସ, କଳା, ପ୍ରତିଭା, ସୌନ୍ଦର୍ଯ୍ୟ, ରୋମାନ୍ସ, କାମ-ବାସନା ଓ ଫ୍ୟାସନ ଡିଜାଇନ ଆଦିର କାରକ ଗ୍ରହ। ଶୁକ୍ର ଗ୍ରହ ଶୁଭ ସ୍ଥିତିରେ ଥିଲେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ମା’ ଲକ୍ଷ୍ମୀ ଧନର ଦେବୀ। ମା’ଙ୍କ କୃପାରେ ବ୍ୟକ୍ତିଙ୍କ ସବୁ ମନୋସ୍କାମନା ପୂରଣ ହୋଇଥାଏ। ଆଗାମୀ ୧୮ ଦିନ କେଉଁ କେଉଁ ରାଶି ପାଇଁ ଶୁଭ ରହିବ ଆସନ୍ତୁ ଜାଣିବା :

ମିଥୁନ – ଶୁକ୍ରଙ୍କ ଗୋଚର ମିଥୁନ ରାଶି ପାଇଁ ଶୁଭ ପ୍ରମାଣିତ ହେବ। ମାନ-ସମ୍ମାନ ବୃଦ୍ଧି ହେବ। ପରିବାର ସହ ସମୟ ବିତାଇବେ। ଜୀବନସାଥୀ ସହ ସମ୍ପର୍କ ମଧୁର ରହିବ। ସମସ୍ୟା ସମାଧାନ ବାଟ ଫିଟିବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ ହେବ ଏବଂ କ୍ୟାରିଅରରେ ଉନ୍ନତି ଯୋଗ ରହିଛି।

ସିଂହ – ଶୁକ୍ରଙ୍କ ଗୋଚର ଅନୁକୂଳ ରହିବ। ଭୂମି କିମ୍ବା ଯାନବାହାନ କିଣିପାରନ୍ତି। ଜମିରେ ନିବେଶ କଲେ ଫାଇଦା ମିଳିବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ଜୀବନସାଥୀଙ୍କ ପରାମର୍ଶରେ ଧନ ଲାଭ ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବ।

ତୁଳା – ଶୁକ୍ରଙ୍କ ଗୋଚର ତୁଳା ରାଶି ପାଇଁ ଖୁସି ନେଇ ଆସିବ। ଭାଇ-ଭଉଣୀଙ୍କ ସମ୍ପର୍କ ମଜବୁତ ହେବ। ମୁସ୍କିଲ ପରିସ୍ଥିତିକୁ ଠିକ ଭାବେ ସାମ୍ନା କରିପାରିବେ। ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ। ପରିବାର ସହ ସମୟ ବିତାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ଶୁଭ ସମ୍ବାଦ ମିଳିବ।

ଧନୁ – ଧନୀ ରାଶିଙ୍କ ପାଇଁ ଶୁକ୍ରଙ୍କ ଗୋଚର ଲାଭକାରୀ ରହିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଆମଦାନୀ ବୃଦ୍ଧି ହେବ। ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଯାତ୍ରା ଯୋଗ ରହିଛି। ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ।

କୁମ୍ଭ – ଶୁକ୍ରଙ୍କ ଗୋଚର ଆପଣଙ୍କ ପାଇଁ ଶୁଭ ପ୍ରମାଣିତ ହେବ। ଗୁପ୍ତ ଶତ୍ରୁଙ୍କ ଠାରୁ ମୁକ୍ତି ମିଳିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବାକୁ କଠିନ ପରିଶ୍ରମ କରିବାକୁ ପଡିବ ଓ ସଫଳତା ମିଳିବ। ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ। ଧନ ଲାଭ ହେବ। ପରିବାର ସଦସ୍ୟଙ୍କ ସହଯୋଗ ପ୍ରାପ୍ତ ହେବ।

(ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ଉପରେ ଆମେ ସଠିକ୍ ବୋଲି ଦାବି କରୁନାହୁଁ। ସେଗୁଡିକ ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

   Related Posts