suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ତୁଳା ରାଶିରେ ଶୁକ୍ରଙ୍କ ଗୋଚର: ଏହିସବୁ ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭଫଳ

2/11/2020 at 12:29 PM

ଭୁବନେଶ୍ୱର ୦୨/୧୧ : ଶୁକ୍ର ଗ୍ରହକୁ ଜ୍ୟୋତିଷ ଶାସ୍ତ୍ରରେ ଫଳପ୍ରଦ ଗ୍ରହ ବୋଲି କୁହାଯାଏ। ଶୁକ୍ର ଗ୍ରହକୁ କଳା, ସୌନ୍ଦର୍ଯ୍ୟ, ସାଂସାରିକ ସୁଖର କାରକ ବୋଲି କୁହାଯାଏ। ଶୁକ୍ର ନଭେମ୍ବର ୧୭ ତାରିଖ ମଙ୍ଗଳବାର ୧୨ଟା ୫୦ ମିନିଟରେ କନ୍ୟାରୁ ତୁଳା ରାଶିରେ ଗୋଚର କରିବେ। ଡିସେମ୍ବର ୧୧ ତାରିଖ ଶୁକ୍ରବାର ସକାଳ ୫ଟା ୪ ମିନିଟ ଯାଏଁ ତୁଳା ରାଶିରେ ରହିବେ। ଶୁକ୍ର ନିଜ ରାଶିରେ ପ୍ରବେଶ କରିବାରୁ ଏହି ରାଶି ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି କୁହାଯାଇଛି। ଶୁକ୍ରଙ୍କ ରାଶି ପରିବର୍ତ୍ତନ ଯୋଗୁଁ କେଉଁ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରାପ୍ତ ହେବ ଜାଣନ୍ତୁ :

. ମେଷ ଶୁକ୍ର ମେଷ ରାଶିର ସପ୍ତମ ଭାବରେ ଗୋଚର କରିବେ। ଜ୍ୟୋତିଷ ଶାସ୍ତ୍ରରେ କୁଣ୍ଡଳୀର ସପ୍ତମ ଭାବକୁ ବ୍ୟକ୍ତିଙ୍କ ବୈବାହିକ ଜୀବନ ଓ ଜୀବନସାଥୀ କାରକ ବୋଲି କୁହାଯାଏ। ଗୋଚର ଯୋଗୁଁ ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ଅନୁକୂଳ ଫଳ ପ୍ରାପ୍ତି ହେବ।

. ମିଥୁନମିଥୁନ ରାଶିରେ ଶୁକ୍ର ଗ୍ରହ ପଞ୍ଚମ ଭାବରେ ପ୍ରବେଶ କରିବେ। କୁଣ୍ଡଳୀରେ ଏହି ଭାବକୁ ସନ୍ତାନ ଭାବ ବୋଲି କୁହାଯାଏ। ଏହି ଭାବ ସନ୍ତାନ, ରୋମାଞ୍ଚ, ସୃଜନଶୀଳତା, ବୌଦ୍ଧିକ କ୍ଷମତା ଓ ଶିକ୍ଷା ମଧ୍ୟ ଦର୍ଶାଇଥାଏ। ଗୋଚର ଯୋଗୁଁ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଅନୁକୂଳ ପରିଣାମ ପ୍ରାପ୍ତି ହୋଇପାରେ।

୩. ସିଂହ – ସିଂହ ରାଶିର ତୃତୀୟ ଭାବରେ ଶୁକ୍ର ଗ୍ରହ ଗୋଚର କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କୁଣ୍ଡଳୀରେ ଏହି ଭାବକୁ ବ୍ୟକ୍ତିଙ୍କ ସାହସ, ଇଚ୍ଛା ଶକ୍ତି, ଭାଇ ଭଉଣୀ, ଜିଜ୍ଞାସା, ଉର୍ଜା ଓ ଉତ୍ସାହ ସହ ଯୋଡାଯାଇଛି। ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁକ୍ରଙ୍କ ଗୋଚର ଶୁଭ ପ୍ରମାଣିତ ହେବ।

. ଧନୁ ଶୁକ୍ର ଗ୍ରହ ଧନୁ ରାଶିର ଏକାଦଶ ଭାବରେ ଗୋଚର କରିବେ। କୁଣ୍ଡଳୀରେ ଏକାଦଶ ଭାବକୁ ଆମଦାନୀ ଭାବ ବୋଲି କୁହାଯାଏ। ସେଥିପାଇଁ ଗୋଚର ସମୟରେ ଧନୁ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭ ଫଳ ପ୍ରାପ୍ତି ହୋଇପାରେ।

. କୁମ୍ଭ ଶୁକ୍ର କୁମ୍ଭ ରାଶିର ନବମ ଭାବରେ ଗୋଚର କରିବେ। ଜ୍ୟୋତିଷ ଶାସ୍ତ୍ରରେ ନବମ ଭାବକୁ ଭାଗ୍ୟ ଭାବ ବୋଲି କୁହାଯାଏ। ଶୁକ୍ରଙ୍କ ଗୋଚର ଯୋଗୁଁ କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁକ୍ର ଶୁଭ ଫଳ ଦେଇପାରନ୍ତି।

   Related Posts