ରାତିରେ ଶୋଇଥିବା ବେଳେ କାମୁଡି ଦେଲା ସାପ, ଭାଇ ଓ ଭଉଣୀଙ୍କ ମୃତ୍ୟୁ

Published By : Prameya-News7 Bureau | August 12, 2019 IST

ସୁନ୍ଦରଗଡ ୧୨।୮: ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସୁବଳୟା ଗାଁରେ ଘଟଛି ଏକ ଅଭାବନୀୟ ଘଟଣା, ରାତିରେ ଘରେ ଶୋଇଥିବା ବେଳେ ଦୁଇ ନାବାଳକ ଭାଇ ଓ ଭଉଣୀଙ୍କୁ  ବିଷାକ୍ତ ସାପ କାମୁଡି ଦେବାରୁ ସେମାନଙ୍କର ମୃତ୍ୟୁ ହୋଇଛି। ରବିବାର ବିଳମ୍ବିତ ରାତ୍ରିରେ ଏହି ଅଘଟଣ ଘଟିଥିଲା। ସେମାନଙ୍କୁ ସାପ କାମୁଡି ଦେଇଥିବା ଜଣାପଡିବା ପରେ ପରିବାର ଲୋକେ ୨ ଶିଶୁଙ୍କୁ ପ୍ରଥମେ ସୁନ୍ଦରଗଡ ଡାକ୍ତରଖାନା ଓ ପରେ ରାଉରକେଲା ଆଇଜିଏଚ୍ କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତିକିତ୍ସିତ ହେଉଥିବା ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି। ମୃତ ୨ ଶିଶୁ ହେଲେ ବର୍ଷା ଦଣ୍ଡସେନା ଓ ଅବିନାଶ ଦଣ୍ଡସେନା।

{"id":143668}

ବର୍ଷା ଓ ଅବିନାଶ ହେଉଛନ୍ତି ପ୍ରଦୀପ ଓ ଜୁଲି  ଦଣ୍ଡସେନାଙ୍କ ପୁଅ ଓ ଝିଅ। ଝିଅ ବର୍ଷା ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ଅବିନାଶ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ। ସବୁଦିନ ଭଳି ଗତକାଲି ରାତିରେ ସେମାନେ ଖାଇ ପିଇ ଘରେ ମସିଣା ପାରି ଶୋଇପଡିଥିଲେ। ତେବେ ରାତିରେ ଦୁଇ ଶିଶୁ ଅଚାନକ ଉଠି ଚିତ୍କାର କରି କାନ୍ଦିବାକୁ ଲାଗିଥିଲେ। ସେମାନଙ୍କ ଦେହରୁ ରକ୍ତ ଝରୁଥିବା ଦେଖି ପରିବାର ଲୋକେ ସାପ କାମୁଡିଥିବା ସ୍ପଷ୍ଟ ହୋଇଯାଇଥିଲେ।

{"id":143669}

ତୁରନ୍ତ ସେମାନଙ୍କୁ ସୁନ୍ଦରଗଡ ହସ୍ପିଟାଲକୁ ନେଇଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର  ରାଉରକେଲା ସ୍ଥାନାନ୍ତରଣ କରିଥିଲେ। ରାଉରକେଲା ଆଇଜିଏଚ୍ ରେ ଚିକିତ୍ସା ଆରମ୍ଭ ହେବାର କିଛି ସମୟ ପରେ ଜଣକ ପରେ ଜଣେ ଦୁଇ ଭାଇଭଉଣୀ ଆଖି ବୁଜିଥିଲେ। ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.