ଟିମ୍ ଇଣ୍ଡିଆ କ୍ରିକେଟରଙ୍କ ବେକରେ ବାଜିଲା ବଲ, ଆମ୍ବୁଲାନ୍ସରେ ନିଆଗଲା ହସ୍ପିଟାଲ

Published By : Prameya-News7 Bureau | September 16, 2022 IST

କୋୟମ୍ବାଟୁର ୧୬।୯: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଭେଙ୍କଟେଶ ଆୟର କ୍ରିକେଟ ଖେଳିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦିଲୀପ ଟ୍ରଫିରେ ସେଣ୍ଟ୍ରାଲ ଜୋନରୁ ଖେଳୁଥିବା ଆୟରଙ୍କ ଗର୍ଦ୍ଦନରେ ବଲ ବାଜିଛି। ଫଳରେ ସେ ଆହତ ହୋଇଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା। ୱେଷ୍ଟ ଜୋନ ଖେଳାଳି ଚିନ୍ତନ ଗାଜାଙ୍କ ଥ୍ରୋରେ ଆହତ ହୋଇଛନ୍ତି। ବଲ ବାଜିବାମାତ୍ରେ ସେ ପଡିଆରେ ପଡି ଯାଇଥିଲେ। ଏଣୁ ଆମ୍ବୁଲାନ୍ସ ଡକେଇବାକୁ ପଡିଥିଲା।

{"id":684967,"width":843,"height":573,"sizeSlug":"full","linkDestination":"none"}

ଭେଙ୍କଟେଶ ଆୟରଙ୍କ ସହ ଏହି ଦୁର୍ଘଟଣା ଦିଲୀପ ଟ୍ରଫିର ଦ୍ୱିତୀୟ ଦିନ ହୋଇଛି। ଏହି ମ୍ୟାଚ୍ ୱେଷ୍ଟ ଜୋନ ଓ ସେଣ୍ଟ୍ରାଲ ଜୋନ ମଧ୍ୟରେ କୋୟମ୍ବାଟୁରର ଏସଏନଆର କଲେଜ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଉଥିଲା। ଉଲ୍ଲେଖଯୋଗ୍ୟ ଯେ ଭେଙ୍କଟେଶ ବ୍ୟାଟିଂ କରୁଥିବା ବେଳେ ଆହତ ହୋଇନାହାନ୍ତି। ବୋଲର ଚିନ୍ତନ ଗାଜା ବିନା କାରଣରେ ବଲ ଥ୍ରୋ କରିବା ଓ ଜାଣି ନପାରି ଭେଙ୍କଟେଶ ଆହତ ହୋଇଥିବା ଜଣାପଡିଛି।

wp:html /wp:html

ବଲ ବାଜିବାମାତ୍ରେ ଭେଙ୍କଟେଶ ତୁରନ୍ତ ହେଲମେଟ୍ ଖୋଲିଥିଲେ ଓ ଫିଲ୍ଡିଂ କରୁଥିବା ଅନ୍ୟ ଖେଳାଳିଙ୍କୁ ଡାକିଥିଲେ। ଭେଙ୍କଟେଶଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ତୁରନ୍ତ ପଡିଆକୁ ଆମ୍ବୁଲାନ୍ସ ଡକେଇବାକୁ ପଡିଥିଲା। ତେବେ ଆୟର ଏତେ ଗୁରୁତର ଆହତ ହୋଇନଥିବା ଜଣାପଡିଛି। ହସ୍ପିଟାଲ ଯିବାର କିଛି ମିନିଟ୍ ପରେ ସେ ଫେରି ଆସି ଫିଲ୍ଡରେ ପୁଣି ବ୍ୟାଟିଂ କରିଛନ୍ତି। ସେ ହସ୍ପିଟାଲରୁ ଫେରିବା ପରେ ୧୪ ରନର ଇନିଂସ ଖେଳିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.